ETV Bharat / city

ରାଜ୍ୟରେ ମୌସୁମୀ ଦୁର୍ବଳ, 5 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି

author img

By

Published : Jul 11, 2020, 7:28 PM IST

ରାଜ୍ୟରେ ମୌସୁମୀ ଦୁର୍ବଳ । ୧୨ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶାର ପ୍ରାୟ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡା ଓ ବରଗଡରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ମୌସୁମୀ ଦୁର୍ବଳ, 5 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ଦୁର୍ବଳ । ଉତ୍ତର ଦକ୍ଷିଣ, ପୂର୍ବ ଉତ୍ତରପ୍ରଦେଶ ଠାରୁ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବିଜୁଳି ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୩ ତାରିଖରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ବର୍ଷାର ପରିମାଣ ବୃଦ୍ଧି ପାଇବ ।

ଆସନ୍ତା ୨୪ ଘଣ୍ଟା ଅର୍ଥାତ ୧୨ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶାର ପ୍ରାୟ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡା ଓ ବରଗଡରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ସେହିପରି ବଲାଙ୍ଗୀର, ବାଲେଶ୍ବର, ଭଦ୍ରକ, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ଼, କଟକ, କନ୍ଧମାଳ, କେନ୍ଦୁଝର, ଯାଜପୁର ଜିଲ୍ଲାର ଗୋଟିଏ, ଦୁଇଟି ସ୍ଥାନରେ ବିଜୁଳି, ଘଡଘଡି ସହ ଝଡ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଭୁବନେଶ୍ବର ଓ କଟକରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ସ୍ଵଳ୍ପ ବିଜୁଳି, ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ ଓ ଉପକୂଳ ଜିଲ୍ଲାର କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ମୟୁରଭଞ୍ଜ ଜିଲ୍ଲାର ଜଶିପୁରରେ ସର୍ବାଧିକ ୫୦.୦ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ନୂଆପଡା ଜିଲ୍ଲା ବୋର୍ଡନରେ ୪୬.୦.୦ ମିମି ବର୍ଷା ରେକର୍ଡ କରାଯାଇଛି । ଜଗତସିଂହପୁର ଜିଲ୍ଲା ପାରାଦୀପ ଠାରେ ୪୧.୬ ମିମି ବର୍ଷା,ବରଗଡ଼ ଜିଲ୍ଲା ଗାଇସିଲେଟରେ ୩୮.୩ ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟରେ ଜୁନ ୧ ତାରିଖରୁ ୧୦ ଜୁଲାଇ ପର୍ଯ୍ୟନ୍ତ ୩୪୦.୬ ମିମି ମୋଟ ବର୍ଷା ରେକର୍ଡ କରାଯାଇଛି । ୫ ପ୍ରତିଶତ ଅଧିକ ବର୍ଷା ହୋଇଛି । ସୋନପୁରରେ କମ ବର୍ଷା ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ପ୍ରାୟ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।

ମାଲକାନଗିରି,ନୂଆପଡା,ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼ ୫ଟି ଜିଲ୍ଲାରେ ୨୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୧୮ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ଉପକୂଳ ଓଡିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ପୁରୀ,ଖୋର୍ଦ୍ଧା, କେନ୍ଦ୍ରାପଡା, ଯାଜପୁର ଓ କଟକ,ସୋନପୁର ଓ ବାଲେଶ୍ବର ଜିଲ୍ଲାରେ ୨୦ ପ୍ରତିଶତରୁ କମ ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.