ETV Bharat / city

ଆସୁଛି ବାତ୍ୟା ! ଆଲର୍ଟରେ 4 ଜିଲ୍ଲା, 12 ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ - ଆସୁଛି ବାତ୍ୟା

ଆସୁଛି ବାତ୍ୟା, ବର୍ତ୍ତମାନ ପରିସ୍ଥିତିରେ ସରକାର କି ପ୍ରକାର ନିଷ୍ପତି ଗ୍ରହଣ କରିଛନ୍ତି । କେଉଁ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି ଏନେଇ ଅଧିକ ପଢନ୍ତୁ..

whats-govt-preparation-on-cylone
whats-govt-preparation-on-cylone
author img

By

Published : May 15, 2020, 5:19 PM IST

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ସମସ୍ତ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରାଯାଇଥିବା ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଏହାସହ ୧୨ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ମୁଖ୍ୟତଃ ଉତ୍ତର ଓଡ଼ିଶାର ୪ଟି ଜିଲ୍ଲାକୁ ନଜରରେ ରଖି ଅଧିକ ଆଲୋଚନା ହୋଇଛି ।

ସାମ୍ବବ୍ୟ କୁ ନେଇ କଣ ରହିଛି ସରକାରଙ୍କ ପ୍ରସ୍ତୁତି

ବର୍ତ୍ତମାନ ଯେହେତୁ କୋରୋନା ପାଇଁ ବହୁତ ସେଲଟର ହୋମ୍ କ୍ଵାରେଣ୍ଟାଇନ ସେଣ୍ଟରରେ ପରିଣତ ହୋଇଛି । ସଥିପାଇଁ ସେଲଟର ଗୃହ ଗୁଡ଼ିକ ଠାବ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଯଥେଷ୍ଟ ଅଧିକ ଯେମିତି ସେଲଟର ହୋମ ହୋଇପାରିବ ସେନେଇ ଆଲୋଚନା ହୋଇଛି । ଆବଶ୍ୟକ ପଡ଼ିଲେ ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯିବ । ଶିକ୍ଷକ ସେଲଟର ହୋମ ଦାୟିତ୍ୱରେ ରହିବେ । ସେମାନଙ୍କ ନମ୍ବର ଜିଲ୍ଲାପାଳ ମାନଙ୍କୁ ଦିଆଯାଇଛି । ପୁଲିସ, ଅଗ୍ନିଶମ, ଏନଡିଆରଏଫ ସହ ପ୍ରାଥମିକ ଆଲୋଚନା ହୋଇଛି । ୪ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ରାସ୍ତାଘାଟ ସଫା ଓ ପାନୀୟ ଜଳ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି । ଆଜି ଠାରୁ ଗଭୀର ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ମନା କରାଯାଇଥିବା ଏସଆରସି କହିଛନ୍ତି ।

ସେହିପରି ସମବାୟ, ଶକ୍ତି ଓ ଜଳସମ୍ପଦ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି । ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ଆଶା କରୁଛୁ । ବାତ୍ୟା ସ୍ଥିତି ଉପୁଜିଲେ ତାହାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସମୁଦ୍ର କୂଳରୁ ୩ କିମିରେ ଥିବା ଟିଏମସିକୁ ସ୍ଥାନାନ୍ତରଣ ହୋଇପାରେ । ଗଜପତିରୁ ମୟୂରଭଞ୍ଜ ଯାଏଁ ୧୨ଟି ଜିଲ୍ଲାକୁ ସତର୍କ କରାଯାଇଛି । ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ଏସଆରସି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.