ଭୁବନେଶ୍ବର: ପଶ୍ଚିମବଙ୍ଗରୁ ବରଗଡ ବ୍ରିଟ କଲୋନୀ ଫେରିଥିବା ଏକ ମୁସଲିମ ପରିବାର କ୍ବାରେଣ୍ଟାଇନକୁ ନ ଯିବାରୁ ସ୍ଥାନୀୟ ଅଞ୍ଚଳରେ ବିରୋଧ କରାଯାଇଛି । ବରଗଡ଼ ପୋଲିସ ସେମାନଙ୍କୁ କ୍ବାରେଣ୍ଟାଇନ ହୋମକୁ ନେବାକୁ ଆସିଥିଲେ ମଧ୍ୟ ଉକ୍ତ ପରିବାର ଯିବାକୁ ରାଜି ନ ହେବାରୁ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିଛନ୍ତି ।
ମଙ୍ଗଳବାର ବରଗଡ ବ୍ରିଟ କଲୋନୀ ସ୍ଥିତ ୱାର୍ଡ ନଂ ୫୭କୁ ଏକ ମୁସଲିମ ପରିବାର ପଶ୍ଚିମବଙ୍ଗରୁ ଆସି ପହଞ୍ଚିଥିଲେ । ସେମାନେ ଲକଡାଉନ କଟକଣା ପୂର୍ବରୁ କୋଲକାତା ଯାଇଥିଲାବେଳେ ସକାଳ ୧୦ଟାରେ ଏକ ସ୍କର୍ପିଓ ଗାଡ଼ିରେ ପ୍ରାୟ ୭ ରୁ ୮ ଜଣ ସଦସ୍ୟ ଆସିଥିଲେ । ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଥିଲେ । ବରଗଡ଼ ପୋଲିସ ଆସି କ୍ବାରେଣ୍ଟାଇନ ହୋମକୁ ନେବାକୁ ଆସିଥିଲେ ମଧ୍ୟ ଉକ୍ତ ପରିବାର ଯିବାକୁ ରାଜି ହୋଇନଥିଲେ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ବିଏମସି ପ୍ରଶାସନ ସେମାନଙ୍କୁ କ୍ବାରେଣ୍ଟାଇନ ହୋମକୁ ନେବାକୁ ଦାବି କରି ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ