ETV Bharat / city

ରାଜ୍ୟରେ ବର୍ଷା ଜାରି, ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିଛି । ଭୁବନେଶ୍ବର ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୨୧ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Aug 27, 2022, 8:35 PM IST

weather update yellow warning alert for some districts of odisha
ରାଜ୍ୟରେ ବର୍ଷା ଜାରି, ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ । ଏହା ପ୍ରଭାବରେ କେତେକ ସ୍ଥାନରେ ବିକ୍ଷିପ୍ତ ହାଲୁକା ବର୍ଷା ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ରାଜ୍ୟର ୨୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି (yellow warning alert for some districts) କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar meteorology department) ।

୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ , ଢେଙ୍କାନାଳ,କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ।

ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି, "ଗତ ୨୪ ଘଣ୍ଟାରେ ଓଡ଼ିଶାର କିଛି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କୋରାପୁଟ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ୨୭ ଏବଂ ୨୮ ତାରିଖରେ କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ (rain with thunderstorm and lightning in odisha) । ବର୍ଷାର ପରିମାଣ ସ୍ବଭାବିକଠାରୁ କମ ରହିବ ।" ୨୯ ତାରିଖରୁ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୩୦ ତାରିଖରେ କିିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି (possible rainfall in Odisha)।

ଏହା ମଧ୍ୟ ପଢ଼ନ୍ତୁ: ରାଜ୍ୟରେ ଖୋଲିବ ୩୬ ନୂଆ ଥାନା, ସୃଷ୍ଟି ହେବ ୫୬୩ ପଦବୀ

ଅଗଷ୍ଟ ଶେଷ ୪ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ ଏବଂ ବିଶେଷ ବର୍ଷା ହେବ ନାହିଁ । ଗତ ଜୁନ ୧ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ୯୭୧.୬ ମିଲି ମିଟର ବର୍ଷା ରେକର୍ଡ ହୋଇଛି । ୮୪୫. ୮ ମିମି ସ୍ବାଭାବିକ ବର୍ଷା ହୋଇଥାଏ । କନ୍ଧମାଳ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ଜଣାପଡ଼ିଛି । ସ୍ବଭାବିକଠାରୁ ୬୦% ଅଧିକ ବର୍ଷା ହୋଇଛି । ଏଯାବତ କନ୍ଧମାଳରେ ୬୦ ପ୍ରତିଶତ ଅଧିକ ବର୍ଷା ହୋଇଛି । ମୋଟ ଜିଲ୍ଲା ମଧ୍ୟରୁ ୮ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟ ୨୧ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ଘଡଘଡି ସହ ବର୍ଷା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.