ETV Bharat / city

ରାଜ୍ୟରେ ଜାରି ରହିବ ଶୀତ ଲହରୀ

author img

By

Published : Feb 1, 2021, 7:28 PM IST

ଶୀତ ଲହରୀ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

state weather update
ଶୀତ ଲହରୀ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲା ଗୁଡିକ ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତ ଲହରୀ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରଭାବରେ ଆଗାମୀ ୩ ରୁ ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶୀତ ଲହରୀ ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରେ କିଛି ସ୍ଥାନରେ ଶୀତ ଲହରୀ ଜାରି ରହିବ । ଏହାସହ ଗୋଟିଏ ଦୁଇଟି ସ୍ଥାନରେ ତୀବ୍ର ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି।

ଶୀତ ଲହରୀ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି

ରାତ୍ରି ତଥା ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରୁହନ୍ତୁ । ଏକାଧିକ ଶୀତ ବସ୍ତ୍ର ପରିଧାନ କରନ୍ତୁ । ଗୃହ ପାଳିତ ପଶୁ ମାନଙ୍କ ରହିବା ପାଇଁ ଖୋଲା ସ୍ଥାନ ଅପେକ୍ଷା ଘର ବ୍ୟବସ୍ଥା କରନ୍ତୁ । ସେହିପରି ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା, ଖୋର୍ଦ୍ଧା, ବାଲେଶ୍ବର,ଯାଜପୁର, ଢେଙ୍କାନାଳ, କଟକ ,କେନ୍ଦ୍ରାପଡା, ଜଗତସିଂହପୁର, ସମ୍ବଲପୁର, ଅନୁଗୁଳ ଓ ବରଗଡ଼ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରୀ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଗତ ୨୪ ଘଣ୍ଟାରେ ତାପମାତ୍ରା ହ୍ରାସ ପାଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୦ ଡିଗ୍ରୀ ରହିଛି। ଝାରସୁଗୁଡାରେ ୭.୫, କେନ୍ଦୁଝରରେ ୮.୪,ବଲାଙ୍ଗୀର ୭.୮, ସୋନପୁର ୮.୬,ବୌଦ୍ଧ ଦାରିଙ୍ଗିବାଡି ଓ ସୁନ୍ଦରଗଡ଼ ୯.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.