ETV Bharat / city

ଆସୁଛି ‘ନିଭାର’, ଓଡିଶାକୁ ନାହିଁ ସିଧା ପ୍ରଭାବ

author img

By

Published : Nov 24, 2020, 9:40 PM IST

ଆସନ୍ତାକାଲି ସ୍ଥଳ ଭାଗ ଛୁଇଁବ ବାତ୍ୟା ‘ନିଭାର’ । ତେବେ ଏହାର ଓଡିଶାକୁ ସିଧା ପ୍ରଭାବ ନଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ବାସ । ଅଧିକ ପଢନ୍ତୁ...

ଆସୁଛି ‘ନିଭାର’, ଓଡିଶାକୁ ନାହିଁ ସିଧା ପ୍ରଭାବ
ଆସୁଛି ‘ନିଭାର’, ଓଡିଶାକୁ ନାହିଁ ସିଧା ପ୍ରଭାବ

ଭୁବନେଶ୍ବର: ଆସୁଛି ବାତ୍ୟା ‘ନିଭାର’ । ତାମିଲନାଡୁ ଓ ପଣ୍ଡିଚେରୀ ମଝିରେ ସ୍ଥଳଭାଗ ଛୁଇଁବ । ହେଲେ ଏହାର ସିଧା ପ୍ରଭାବ ଓଡିଶା ଉପରେ ନାହିଁ । ଏନେଇ ଆଜି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ବାସ ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ଆସନ୍ତାକାଲି ଅପରାହ୍ନରେ ଏହା ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏହାର ସିଧାସଳଖ ପ୍ରଭାବ ନଥିବାବେଳେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ଗଞ୍ଜାମରେ ପ୍ରବଳ ବର୍ଷା ହେବ। ଯେଉଁଥିପାଇଁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ମତ୍ସ୍ୟଜୀବୀମାନଙ୍କୁ ଯିବାକୁ ବାରଣ କରାଯାଇଛି । ସେପଟେ ଉତ୍ତର ଓଡିଶାର ସୁନ୍ଦରଗଡ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ସାମାନ୍ୟ କୁହୁଡି ଦେଖାଯିବ। ସୋନପୁରରେ ମଧ୍ୟ କୁହୁଡି ଲାଗି ରହିବ ବୋଲି ସେ କହିଛନ୍ତି ।

ତେବେ ଗତ ୨୪ ଘଣ୍ଟା ଭିତରେ ୧୫ ଡ଼ିଗ୍ରୀ ତଳେ ୧୧ ସହର ରହିଛି। ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୯.୦ ଡିଗ୍ରୀ ରେକର୍ଡ କରାଯାଇଛି । ଫୁଲବାଣୀ ୧୧.୦, ସୋନପୁର ୧୧.୪ , ଅନୁଗୋଳ ୧୧.୬, ବାରିପଦା ୧୨.୦, କେନ୍ଦୁଝର ୧୨.୪, ତାଳଚେର ୧୨.୫ , ଭବାନୀପାଟଣା ୧୩.୬ , ଝାରସୁଗୁଡା ୧୩.୮, କୋରାପୁଟ ୧୪.୦, କଟକ ୧୪.୫, ଏବଂ ଚାନ୍ଦବାଲି ୧୪.୮ ରାଜଧାନୀ ଭୁବନେଶ୍ୱରରେ ରାତ୍ରି ତାପମାତ୍ରା ୧୬.୦ ଡ଼ିଗ୍ରୀ ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.