ETV Bharat / city

ଆସନ୍ତା ଦୁଇ ଦିନରେ କମିବ ତାପମାତ୍ରା

author img

By

Published : Jan 19, 2021, 8:25 PM IST

ଆସନ୍ତା 5 ଦିନ ପାଗ ଶୁଖିଲା ରହିବ। ସ୍ଵଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ। ଆସନ୍ତା ୪୮ ଘଣ୍ଟା ପରେ ତାପମାତ୍ରା ହ୍ରାସ ପାଇବ,ପ୍ରବଳ ଶୀତ ଅନୁଭୂତ ହେବ। ଅଧିକ ପଢନ୍ତୁ...

weather-update-of-odisha
ଆସନ୍ତା ଦୁଇ ଦିନରେ ତାପମାତ୍ରା କମିବ

ଭୁବନେଶ୍ବର: ଆସନ୍ତା 5 ଦିନ ପାଗ ଶୁଖିଲା ରହିବ। ଆସନ୍ତା 5 ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା ୪୮ ଘଣ୍ଟା ପରେ ତାପମାତ୍ରା ହ୍ରାସ ପାଇବ,ପ୍ରବଳ ଶୀତ ଅନୁଭୂତ ହେବ।

ଆସନ୍ତା ଦୁଇ ଦିନରେ ତାପମାତ୍ରା କମିବ

ରାଜ୍ୟରେ ଲାଗି ରହିଛି ଶୀତର ପ୍ରକୋପ । ଆସନ୍ତା 24ଘଣ୍ଟା ଅର୍ଥାତ ବୁଧବାର ମଧ୍ୟରେ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ,ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ। ଆସନ୍ତା ୪୮ ଘଣ୍ଟା ପରେ ତାପମାତ୍ରା ହ୍ରାସ ପାଇବ,ପ୍ରବଳ ଶୀତ ଅନୁଭୂତ ହେବ।

ସେହିପରି ଭଦ୍ରକ,ଯାଜପୁର,ପୁରୀ,କଟକ,ନୟାଗଡ଼ ଜିଲ୍ଲାରେ ଘନ କୁହୁଡି ଦେଖା ଦେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୦,କୋରାପୁଟରେ ୧୧.୫୬,ଦାରିଙ୍ଗିବାଡିରେ ୧୧.୫ ଏବଂ ସୁନ୍ଦରଗଡରେ ୧୨.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇଛି ଫଳରେ ସ୍ବାଭାବିକ ତାପମାତ୍ରା ଉପରେ ରହିଛି। ଉପକୂଳରେ ତାପମାତ୍ରା ୧୫ ରୁ ୧୮ ଡିଗ୍ରୀ ମଧ୍ୟରେ ଥିବାବେଳେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ୧୩ ରୁ ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.