ETV Bharat / city

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ଟ୍ରପ୍ ଲାଇନ୍

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ଟ୍ରପ୍ ଲାଇନ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଅଧିକ ପଢନ୍ତୁ

author img

By

Published : Jul 18, 2022, 11:02 PM IST

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ଟ୍ରପ୍ ଲାଇନ୍
ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ଟ୍ରପ୍ ଲାଇନ୍

ଭୁବନେଶ୍ବର: ଓଡିଶାରେ ପାଣିପାଗକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା । ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ଟ୍ରପ୍ ଲାଇନ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସର୍ବାଧିକ ବର୍ଷା ବୌଦ୍ଧ ଜିଲ୍ଲାର ଖାଇରାମାଳ ଠାରେ ୧୧୮ ମି.ମି ବର୍ଷା ରେକର୍ଡ କରାଯାଇଛି । ୧ ଜୁନରୁ ୧୮ ଜୁଲାଇ ପର୍ଯ୍ୟନ୍ତ ୪୨୫.୨ ମି.ମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ବାଭାବିକ ବର୍ଷା ଠାରୁ ୮ ପ୍ରତିଶତ ଅଧିକ ରହିଛି । ଯଦି ସ୍ବାଭାବିକ ବର୍ଷାର ପରିମାଣ ୩୯୪.୧ ମି.ମି ବୋଲି ବିଚାରକୁ ନିଆଯାଏ ।

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ଟ୍ରପ୍ ଲାଇନ୍

୨୮ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । କେବଳ ମାତ୍ର ସୁନ୍ଦରଗଡ଼ରେ ସ୍ବାଭାବିକ ବର୍ଷା ଠାରୁ କମ ପରିମାଣରେ ବର୍ଷା ରେକର୍ଡ କରାଯାଇଛି । ତେବେ ପାଣିପାଗର ନିୟାମକ ଅନୁସାରେ, ଆସନ୍ତା ୨୪ ଘଣ୍ଟା ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହେବା ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା ୧୯ ଏବଂ ୨୦ ତାରିଖରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭବନା ରହିଛି । ସେପଟେ ୨୨ ତାରିଖକୁ ବର୍ଷାର ପରିମାଣ ପୁନଶ୍ଚ ବଢ଼ିପାରେ ପାଣିପାଗ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.