ETV Bharat / city

ସ୍ବାଭାବିକ ଠାରୁ ଏଥର ଅଧିକ ବର୍ଷା; ମାଲକାନଗିରିରେ ସର୍ବାଧିକ - weather news

ଉତ୍ତର ଓଡିଶାରେ 3ଦିନ ଧରି ଘଡଘଡି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ଚଳିତବର୍ଷ ପାଣିପାଗର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 30, 2019, 9:25 PM IST

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟରେ ସ୍ବାଭାବିକ ହୋଇଛି ମୌସୁମୀ ବର୍ଷା । ରାଜ୍ୟରେ 3 ଦିନ ଧରି ଉତ୍ତର ଓଡିଶାରେ ଘଡଘଡି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

ସେହିପରି ଚଳିତବର୍ଷ ପାଣିପାଗର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ । ଜୁନ ପହିଲାରୁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ 10 ପ୍ରତିଶତ ଅଧିକ ବର୍ଷା ହୋଇଛି । 10ଟି ଜିଲ୍ଲାରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, କଟକ, ବରଗଡ଼, ଝାରସୁଗୁଡା, ପୁରୀ, ସୋନପୁର ଏବଂ ଗଞ୍ଜାମରେ 20 ପ୍ରତିଶତ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଦେଓଗଡ଼ରେ 16 ପ୍ରତିଶତ କମ ବର୍ଷା ହୋଇଛି । ଜୁନରେ ୩୧.୫ ପ୍ରତିଶତ, ଜୁଲାଇରେ ୯ ପ୍ରତିଶତ, ଅଗଷ୍ଟରେ ୨୪.୫ମିମି, ସେପ୍ଟେମ୍ବରରେ ୫୩.୭ ମିମି ବର୍ଷା ରେକର୍ଡ କରାଯାଇଛି ।

ଅପରପକ୍ଷେ ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ଆସିଥିଲା । ଜୁନ ପହିଲାରୁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ମାଲକାନଗିରିରେ ସର୍ବାଧିକ ୧୮୮୮.୬ ମିମି ବର୍ଷା ରେକର୍ଡ ହୋଇଛି । ଅର୍ଥାତ ସ୍ବାଭାବିକ ଠାରୁ ୩୧.୯ ପ୍ରତିଶତ ଅଧିକ ବର୍ଷା ହୋଇଛି । ଗଜପତିରେ ସବୁଠୁ କମ ୯୪୫.୮ ମିମି ବର୍ଷା ହୋଇଛି ।

ରାଜ୍ୟରେ 19ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, ରାୟଗଡା, ଗଜପତି, ସମ୍ବଲପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ, ନୂଆପଡା, ବୌଦ୍ଧ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ଜଗତସିଂହପୁର, ଅନୁଗୁଳ ଏବଂ ବରଗଡ଼ରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ଦେଓଗଡ଼ ଜିଲ୍ଲାରେ ୧୯ ରୁ ୩୯ ପ୍ରତିଶତ ମଧ୍ୟରେ ବର୍ଷା ରେକର୍ଡ ହୋଇଛି ।

ଚଳିତ ବର୍ଷ ଜୁନ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୫୦.୨ ବର୍ଷା ରେକର୍ଡ ହୋଇଛି । ଜୁନରେ ୭.୪ ବର୍ଷା, ଜୁଲାଇରେ ୧୩.୭, ଅଗଷ୍ଟରେ ୧୪.୬ ଏବଂ ସେପ୍ଟେମ୍ବରରେ ୧୪.୫ ବର୍ଷା ରେକର୍ଡ଼ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଚଳିତ ବର୍ଷର ବର୍ଷାର ବିବରଣୀ।Body:ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକ ମୌସୁମୀ ବର୍ଷା ହୋଇଛି।ରାଜ୍ୟରେ ଦିନ ତିନି ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।ଜୁନ ପହିଲାରୁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ 10 ପ୍ରତିଶତ ଅଧିକ ବର୍ଷା ହୋଇଛି।10 ଟି ଜିଲ୍ଲାରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, କଟକ,ବରଗଡ଼, ଝାରସୁଗୁଡା, ପୁରୀ,ସୋନପୁର ଏବଂ ଗଞ୍ଜାମ ରେ 20 ପ୍ରତିଶତ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।ଦେଓଗଡ଼ ରେ 16 ପ୍ରତିଶତ କମ ବର୍ଷା ହୋଇଛି।ଜୁନ ମାସରେ ୩୧.୫ ପ୍ରତିଶତ,ଜୁଲାଇ ରେ ୯ ପ୍ରତିଶତ କଂ,ଅଗଷ୍ଟ ରେ ୨୪.୫ମିମି,ସେପ୍ଟେମ୍ବର ରେ ୫୩.୭ ମିମି ବର୍ଷା ରେକର୍ଡ କରାଯାଇଛି।ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଳମ୍ବ ରେ ଆସିଥିଲା।

ଜୁନ ପହିଲାରୁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ମାଲକାନଗିରି ରେ ସର୍ବାଧିକ ୧୮୮୮.୬ମିମି ବର୍ଷା ହୋଇଛି।ଅର୍ଥାତ ସ୍ୱାଭାବିକ ଠାରୁ ୩୧.୯ ପ୍ରତିଶତ ଅଧିକ ବର୍ଷା ହୋଇଛି।ଗଜପତି ରେ ସବୁଠୁ କମ ୯୪୫ .୮ମିମି ବର୍ଷା ହୋଇଛି।

ରାଜ୍ୟରେ 19 ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି।ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, ରାୟଗଡା, ଗଜପତି, ସମ୍ବଲପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ, ନୂଆପଡା, ବୌଦ୍ଧ, ବାଲେଶ୍ବର, କେଓଁଝର, ସୁନ୍ଦରଗଡ, ମୟୁରଭଞ୍ଜ, ଜଗତସିଂହପୁର, ଅନୁଗୁଳ ଏବଂ ବରଗଡ଼ ରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି।ସେହିପରି ଦେଓଗଡ଼ ଜିଲ୍ଲାରେ ୧୯ ରୁ ୩୯ ପ୍ରତିଶତ ମଧ୍ୟରେବର୍ଷା ହୋଇଛି।

ଚଳିତ ବର୍ଷ ଜୁନ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୫୦.୨ ବର୍ଷା ଦିନ ରେକର୍ଡ ହୋଇଛି।ଜୁନ ରେ ୭.୪ବର୍ଷା ଦିନ,ଜୁଲାଇରେ ୧୩.୭,ଅଗଷ୍ଟ ରେ ୧୪.୬ଏବଂ ସେପ୍ଟେମ୍ବର ରେ ୧୪.୫ ବର୍ଷା ଦିନ ରେକର୍ଡ଼ ହୋଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.