ଭୁବନେଶ୍ବର: ଓଡିଶାର ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ପୂର୍ବ ଜୋନାଲ ବୈଠକରେ ଯୋଗ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବୈଠକ ପରେ ଦିଲ୍ଲୀ ହିଂସା ଉପରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ମମତା । ଶାନ୍ତି ଫେରାଇ ଆଣିବା ବହୁତ ଜରୁରୀ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ଦିଲ୍ଲୀ ହିଂସାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମର୍ମାହତ ଅଛନ୍ତି ।
ସେହିପରି ଏନଆରିସି ଓ ସିଏଏ ଉପରେ ଏହି ବୈଠକରେ କୌଣସି ଆଲୋଚନା ହୋଇ ନଥିବା ମମତା ସୂଚନା ଦେଇଛନ୍ତି । ମମତା କହିଛନ୍ତି ଯେ ଆଇନ ଶୃଙ୍ଖଳା ବିଷୟରେ ଶାହା କୌଣସି ଆଲୋଚନା କରିନାହାନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ