ETV Bharat / city

ମୌସୁମୀ ବର୍ଷାରେ ବନ୍ୟା ଆଶଙ୍କା, ଅଧିକାରୀଙ୍କୁ ହେଡକ୍ବାର୍ଟର ନଛାଡିବାକୁ ଜଳ ସମ୍ପଦ ବିଭାଗର ନିର୍ଦ୍ଦେଶ - monsoon rain alert in odisha

ଚଳିତବର୍ଷ ମୌସୁମୀରେ ସ୍ୱାଭାବିକରୁ ଅଧିକ ବର୍ଷା ହେବା ପୂର୍ବାନୁମାନ ପରେ ବନ୍ୟା ଆଶଙ୍କା କଲା ଜଳ ସମ୍ପଦ ବିଭାଗ । ସତର୍କ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ମୌସୁମୀ ବର୍ଷାରେ ବନ୍ୟା ଆଶଙ୍କା , ଅଧିକାରୀଙ୍କୁ ହେଡ଼କ୍ୱାଟର ନଛାଡିବାକୁ ଜଳ ସମ୍ପଦ ବିଭାଗର ନିର୍ଦ୍ଦେଶ

author img

By

Published : Jun 10, 2021, 10:40 PM IST

ଭୁବନେଶ୍ବର: ଚଳିତବର୍ଷ ମୌସୁମୀରେ ସ୍ୱାଭାବିକରୁ ଅଧିକ ବର୍ଷା ହେବ ବୋଲି IMD ପୂର୍ବାନୁମାନ କରିଛି । ଯଦି ଏମିତି ହୁଏ ତେବେ ରାଜ୍ୟରେ ପ୍ରବଳ ବର୍ଷା ପ୍ରଭାବରେ ବନ୍ୟା ଆଶଙ୍କା ଦେଖା ଦେବ । ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହେବ । ଏହାକୁ ଦୃଷ୍ଟିରେ ରଖି ସଜାଗ ହୋଇଛି ଜଳ ସମ୍ପଦ ବିଭାଗ ।

ଆଜି ଏ ନେଇ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ପ୍ରବଳ ବର୍ଷା ହେଲେ ବନ୍ୟା ଆଶଙ୍କା ସୃଷ୍ଟି ହେବାକୁ ଥିବା ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକୁ ଜଳସମ୍ପଦ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ବିଶେଷ କରି କଟକ, ଜଗତସିଂହପୁର, କେନ୍ଦ୍ରାପଡା ଢେଙ୍କାନାଳ ଓ ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଭଳି ଜିଲ୍ଲାକୁ ଅଧିକ ଫୋକସରେ ରଖାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ଅଫିସର ହେଡ଼କ୍ୱାର୍ଟର ନଛାଡିବାକୁ ବିଭାଗ ପକ୍ଷରୁ କଡା ନିର୍ଦେଶ ଦିଆଯାଇଛି । କିଛି ସ୍ଥାନରେ ନୂଆ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି ।

ଏହା ସହ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯାଇଛି । ନଦୀ ବନ୍ଧ ଗୁଡ଼ିକରେ ପାଟ୍ରୋଲିଂ କରିବା ସହ ଯାଞ୍ଚ କରିବା ଲାଗି ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜଳ ଭଣ୍ଡାରରେ ଜଳସ୍ତର କମ ଥିବାରୁ ବଡ଼ଧରଣର ବନ୍ୟା ଆଶଙ୍କା ବର୍ତ୍ତମାନ ସୁଦ୍ଧା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି । ମାତ୍ର ଫ୍ଲାସ୍ ଫ୍ଲଡ଼ ଆଶଙ୍କା ରହିଛି ବୋଲି ସେ କହିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟର ଦୁର୍ବଳ ଥିବା 20 ନଦୀ ବନ୍ଧ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.