ETV Bharat / city

ବର୍ଷା ପୂର୍ବରୁ ସରକାରଙ୍କୁ ଘାରିଲାଣି ଦୁର୍ବଳ ନଦୀବନ୍ଧ ମରାମତି ଚିନ୍ତା - ଓଡିଶା ସରକାର

ଆଗାମୀ ବର୍ଷା ଋତୁ ତଥା ମୌସୁମୀର ଆଗମନକୁ ଦେଖି ପୂର୍ବ ପ୍ରସ୍ତୁତି ଅନୁସାରେ ରାଜ୍ୟର ସମସ୍ତ ନଦୀବନ୍ଧର ସ୍ଥିତି ନେଇ ଏକ ରିପୋର୍ଟ ଦେବ ରାଜ୍ୟ ଜଳସମ୍ପଦ ବିଭାଗ । ଗତ ବନ୍ୟାରେ ଅଧିକ କ୍ଷୟକ୍ଷତି ହୋଇଥିବା ଅଞ୍ଚଳରେ ତୁରନ୍ତ ମରାମତି ପାଇଁ ପ୍ରସ୍ତୁତ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

water department reaction on prepartion of upcomeing rainy session
ବର୍ଷା ପୂର୍ବରୁ ସରକାରଙ୍କୁ ଘାରିଲାଣି ଦୁର୍ବଳ ନଦୀବନ୍ଧ ମରାମତି ଚିନ୍ତା
author img

By

Published : May 10, 2021, 6:21 PM IST

ଭୁବନେଶ୍ବର: ବର୍ଷା ଆସିବା ପୂର୍ବରୁ ସରକାରଙ୍କୁ ଘାରିଲାଣି ଦୁର୍ବଳ ନଦୀବନ୍ଧ ଚିନ୍ତା । ଆଗମୀ ମାସରେ ଆସିବ ମୌସୁମୀ ତା ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଥିବା ନଦୀବନ୍ଧ ଗୁଡିକର ସ୍ଥିତି ନେଇ ବେଶ ତତ୍ପରତା ଦେଖେଇଲାଣି ରାଜ୍ୟ ଜଳସମ୍ପଦ ବିଭାଗ । ଏ ମଧ୍ୟରେ ବନ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ଆରମ୍ଭ କରାଯାଇଛି ।

ବର୍ଷା ପୂର୍ବରୁ ସରକାରଙ୍କୁ ଘାରିଲାଣି ଦୁର୍ବଳ ନଦୀବନ୍ଧ ମରାମତି ଚିନ୍ତା

ଆଗାମୀ ବର୍ଷା ଋତୁ ତଥା ମୌସୁମୀର ଆଗମନକୁ ଦେଖି ପୂର୍ବ ପ୍ରସ୍ତୁତି ଅନୁସାରେ ରାଜ୍ୟର ସମସ୍ତ ନଦୀବନ୍ଧର ସ୍ଥିତି ନେଇ ଏକ ରିପୋର୍ଟ ଦେବ ରାଜ୍ୟ ଜଳସମ୍ପଦ ବିଭାଗ । ଏବେ ସୁଦ୍ଧା କେତେ ସମ୍ବେଦନଶୀଳ ନଦୀବନ୍ଧ ରହିଛି । କେତେକ ମରାମତି ହୋଇଛି ଏବଂ କେତେ ଗତ ବନ୍ୟାରେ କେତେ ନଦୀବନ୍ଧ ନଷ୍ଟ ହୋଇଛି ତାହାର ଏକ ବିସ୍ତାର ରିପୋର୍ଟ ଦେବେ ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ । ଏହାସହ ୧୨ ତାରିଖରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଏହାସହ ବିଭିନ୍ନ ସୁଇସ୍ ପଏଣ୍ଟର ଗେଟ୍ ର ସ୍ଥିତି ନେଇ ମଧ୍ୟ ରିପୋର୍ଟ ପ୍ରଦାନ କରିବେ । ଏହାସହ ବିଭିନ୍ନ ସ୍ଥାନରେ ନଦୀବନ୍ଧ କାର୍ଯ୍ୟ ଶେଷ ହୋଇସାରିଛି । ଏହାସହ ପ୍ଲଡ ଫାଇଟିଂ ମେଟେରିଆଲ୍ ମହଜୁଦ୍ ରଖିବା ପାଇଁ ପ୍ରସ୍ତୁତି ଚାଲିଛି ।

ଗତଥର ରାଜ୍ୟରେ ୪୯ଟି ଦୁର୍ବଳ ନଦୀବନ୍ଧ ରହିଛି । ଏହିସବୁ ନଦୀବନ୍ଧକୁ ତୁରନ୍ତ ସଜଡାଯିବ ବୋଲି ସୂଚନା ଦେଇଛନ୍ତି । ଏହାସହ ବନ୍ୟା ପରିଚାଳନାରେ ଦକ୍ଷତାଥିବା ଅଫିସରଙ୍କୁ ଦାୟିତ୍ଵ ଦିଆଯାଇଛି । ଗତ ବନ୍ୟାରେ ବିଶେଷ କରି କୋଷ୍ଟାଲ ଏରିଆରେ ଅଧିକ କ୍ଷୟକ୍ଷତି ହୋଇଥିବାରୁ ସେ ଅଞ୍ଚଳରେ ତୁରନ୍ତ ମରାମତି କରିବା ପାଇଁ ପ୍ରସ୍ତୁତ ଆରମ୍ଭ କରାଯାଇଛି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.