ETV Bharat / city

ପାଣି ପାଇଁ ଛଟପଟ 21 ନଂ ୱାର୍ଡ ବାସିନ୍ଦା

ପାଣି ପାଇଁ ରାଜଧାନୀରେ ପଡିଛି ହାହାକାର । 21 ନମ୍ବର ୱାର୍ଡରେ ପାନୀୟ ଜଳ ପାଇଁ ଛଟପଟ ହେଉଛନ୍ତି ବସ୍ତିବାସିନ୍ଦା । ଏକ ମାତ୍ର ନଳକୂପ ହିଁ ସାହାରା ସାଜିଛି ।

author img

By

Published : May 8, 2019, 10:21 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: କିଛି ଘଣ୍ଟାର ତାଣ୍ଡବରେ ଭୁବନେଶ୍ବରର ମାନଚିତ୍ର ବଦଳାଇ ଦେଇଛି ସାମୁଦ୍ରିକ ଝଡ ‘ଫନି’ । ‘ଫନି’ ଚାଲିଗଲା ପରେ ସ୍ମାର୍ଟ ସିଟିର ଅବସ୍ଥା ନ କହିଲେ ଭଲ । ବିଦ୍ୟୁତ ନାହିଁ, ପାଣି ନାହିଁ । ଫଳରେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ରାଜଧାନୀ ବାସିନ୍ଦା । ପାଣି ପାଇଁ ଚାରିଆଡେ ହାହାକାର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପିଇବା ପାଇଁ ପାଣି ମୁନ୍ଦାଏ ମିଳୁ ନଥିବା ବେଳେ ଗାଧେଇବା କଥା ପଚାରେ ବା କିଏ । ବାତ୍ୟା ପରେ ଅଧିକ ଦୁର୍ଦ୍ଦଶା ଭୋଗୁଛନ୍ତି ବସ୍ତିବାସିନ୍ଦା । ସପ୍ଲାଏ ପାଣି ଉପରେ ନିର୍ଭର କରୁଥିବା ଲୋକେ ଏବେ ହନ୍ତସନ୍ତ ହେଉଛନ୍ତି । ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯାଉଛି । ହେଲେ ତାହା ସମୁଦ୍ରକୁ ଶଙ୍ଖେ । ଫଳରେ ଆଖପାଖରେ ରହିଥିବା ଭଙ୍ଗାଦଦରା ନଳକୂପ ହିଁ ସାହା ଭରସା ।

ଭୁବନେଶ୍ବରର 21 ନମ୍ବର ୱାର୍ଡରେ ପାଣି ପାଇଁ ହାହାକାର ପଡିଛି । ଲୋକେ ଘର ନିକଟରେ ଥିବା ଏକ ନଳକୂପ ଉପରେ ନିର୍ଭର କରୁଛନ୍ତି । ହେଲେ 5 ହଜାର ଲୋକଙ୍କ ପାଇଁ ଗୋଟିଏ ମାତ୍ର ନଳକୂପ ପର୍ଯ୍ୟାପ୍ତ ପରିମାଣରେ ପାଣି ଯୋଗାଇ ପାରୁ ନାହିଁ । ଏଭଳି ସ୍ଥିତିରେ ଦୁଃଖ କାହାକୁ ବା କହିବେ । ଲମ୍ବା ଲାଇନରେ ଅପେକ୍ଷା କରି ପାଣି ନେଉଥିବା କହିଛନ୍ତି 21 ନମ୍ବର ୱାର୍ଡର ବାସିନ୍ଦା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.