ETV Bharat / city

ଲକଡାଉନରେ କେମିତି କଟୁଛି ରାଜଧାନୀ ବାସିନ୍ଦାଙ୍କ ସମୟ, ଦେଖନ୍ତୁ ଭିଡିଓ

ଏହି ଲକଡାଉନ କାହାପାଇଁ ଆଣିଦେଇଛି ହାପିନେସ ତ କାହାକୁ କରୁଛି ଶ୍ୟାଡ । ଏ ଦୃଶ୍ୟ ହେଉଛି ଭୁବନେଶ୍ବର ବରଗଡ ବ୍ରିଟ କଲୋନୀର । ଲକଡାଉନ ବେଳେ କେମିତି ସମୟ କାଟୁଛନ୍ତି ରାଜଧାନୀବାସୀ ଦେଖନ୍ତୁ...

watch-the-video-how-residents-of-the-capital-spend-their-time-in-lockdown
ଲକଡାଉନରେ କେମିତି କଟୁଛି ରାଜଧାନୀ ବାସିନ୍ଦାଙ୍କ ସମୟ, ଦେଖନ୍ତୁ ଭିଡିଓ
author img

By

Published : Mar 25, 2020, 12:05 AM IST

ଭୁବନେଶ୍ବର: ଆଜି ମଧ୍ୟରାତ୍ରରୁ ଦେଶ ଲକ ଡାଉନ । ଏହା ପୂର୍ବରୁ ଓଡିଶାର 30 ଜିଲ୍ଲାରେ ବି ଲକଡାଉନ ପ୍ରଭାବ ଦେଖିବାକୁ ମିଳିଛି । ଘରୁ ନ ବାହାରିବାକୁ ସମସ୍ତଙ୍କୁ ଅପିଲ କରୁଛନ୍ତି ସରକାର । ତେବେ ଏହି ନିଷ୍ପତ୍ତିକୁ ରାଜଧାନୀବାସୀ ବେଶ ସମର୍ଥନ କରିବାକୁ ଦେଖିବାକୁ ମିଳୁଛି । ଖାଁଖାଁ ହୋଇପଡିଛି ରାଜରାସ୍ତା, ଶୂନଶାନ ଛକବଜାର । ଆଉ ଏହି ଲକଡାଉନ କାହାପାଇଁ ଆଣିଦେଇଛି ହାପିନେସ ତ କାହାକୁ କରୁଛି ଶ୍ୟାଡ । ଏ ଦୃଶ୍ୟ ହେଉଛି ଭୁବନେଶ୍ବର ବରଗଡ ବ୍ରିଟ କଲୋନୀର । ଲକଡାଉନ ବେଳେ କେମିତି ସମୟ କାଟୁଛନ୍ତି ରାଜଧାନୀବାସୀ ଦେଖନ୍ତୁ...

ଲକଡାଉନରେ କେମିତି କଟୁଛି ରାଜଧାନୀ ବାସିନ୍ଦାଙ୍କ ସମୟ, ଦେଖନ୍ତୁ ଭିଡିଓ

କୋରୋନା ଭାଇରସ ମୁକାବିଲା ପାଇଁ ସରକାର ଏହି ପଦକ୍ଷପ ଗ୍ରହଣ କରିଛନ୍ତି । ତେବେ ମାର୍ଚ୍ଚ 29 ଯାଏଁ ତାଲା ବନ୍ଦ ପାଇଁ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ 5 ଜିଲ୍ଲାର 8 ସହର ଓ ପରେ 14 ଜିଲ୍ଲା ଲକଡାଉନ ଘୋଷଣା ହୋଇଥିଲା । ତେବେ ଲକଡାଉନ ସମୟରେ ସମସ୍ତ ବ୍ୟାଙ୍କ ଖୋଲା ରହିବ । ସେହିପରି ପୋଲିସ, ସ୍ବାସ୍ଥ୍ୟ ବିଭାଗ ଓ ମୁନିସପାଲ୍ଟି ଖୋଲା ରହିବ । ସମସ୍ତ ଅତ୍ୟାବଶ୍ୟକ ସାମାଗ୍ରୀ ଯଥା କ୍ଷୀର, ପରିବା ଓ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଦ୍ୟୁତ୍‌ ଓ ପିଇବା ପାଣି ଯୋଗାଣ ଜାରି ରହିବ । ତେବେ ଏହି କଟକଣା ବ୍ୟସ୍ତବହୁଳ ଜୀବନରୁ ପରିବାର ପାଇଁ ସମୟ ମିଳୁଥିବାରୁ କେତେକ ଏହି କଟକଣାକୁ ସ୍ବାଗତ କରିଥିବାବେଳେ ଅଧିକାଂଶଙ୍କ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ଥିବାରୁ ସେମାନେ ନିରାଶ ହୋଇଛନ୍ତି ।

କେବେ ଟଳିବ କୋରୋନା ବିପତ୍ତି । କେବେ ହଟିବ କୋରୋନା କଟକଣା ? ଏସବୁକୁ ନେଇ ଆଶା ଆଶଙ୍କାରେ ରାଜଧାନୀବାସୀ । ତେବେ ସେ ଯାହା ବି ହେଉନା କାହିଁକି ପ୍ରଶାସନ ଓ ସରକାରଙ୍କ କଟକଣାକୁ ମାନି ଚଳିଲେ କୋରୋନା ଭଳି ବଡ ବିପତ୍ତିକୁ ଟାଳିପାରିବେ ରାଜ୍ୟବାସୀ ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.