ETV Bharat / city

ରାଜଧାନୀରେ ଗଣତି ପାଇଁ ଚୂଡାନ୍ତ ପ୍ରସ୍ତୁତି

ରାଜଧାନୀରେ ଭୋଟ ଗଣତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ରାଜଧାନୀର ବିଜେବି କଲେଜ ଆର୍ଟସ ବ୍ଲକରେ ସମସ୍ତ ବ୍ୟବସ୍ଥା ହୋଇଛି ।

author img

By

Published : May 22, 2019, 4:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତାକାଲି ଚଳିତ ସାଧାରଣ ନିର୍ବାଚନର ଭୋଟଗଣତି ହେବ । ଏନେଇ ରାଜଧାନୀର ବିଜେବି କଲେଜ ଆର୍ଟସ ବ୍ଲକରେ ସମସ୍ତ ବ୍ୟବସ୍ଥା ହୋଇଛି । ଭୁବନେଶ୍ବରର ୫ଟି ବିଧାନସଭା କ୍ଷେତ୍ର ଓ ଗୋଟିଏ ଲୋକସଭା କ୍ଷେତ୍ରର ଏଠାରେ ଗଣତି କରାଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସକାଳ ୬ଟା ୩୦ରୁ ଗଣନା ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମେ ସକାଳ ୮ଟାରେ ଇଲୋକ୍ଟ୍ରନିକ୍ସ ପୋଷ୍ଟାଲ ବାଲଟ ଗଣନା ହେବ । ପରେ ସାଢେ ୮ଟାରୁ ଇଭିଏମ ଭୋଟ ଗଣତି ଆରମ୍ଭ କରାଯିବ । ଏଥିପାଇଁ ଭୁବନେଶ୍ବରର ୫ଟି ବିଧାନସଭା କ୍ଷେତ୍ର ପାଇଁ ୫ଟି ହଲରେ ଗଣନା ପାଇଁ ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ହଲରେ ୧୦ଟି ଟେବୁଲରେ ବିଧାନସଭା ପାଇଁ ଏବଂ ୧୦ଟି ଟେବୁଲରେ ଲୋକସଭା ପାଇଁ ଭୋଟ ଗଣତି କରାଯିବା ସହ ରିଟର୍ଣ୍ଣିଂ ଅଫିସର ପାଇଁ ଗୋଟିଏ ଟେବୁଲ, ଅବଜର୍‌ଭରଙ୍କ ପାଇଁ ଗୋଟିଏ ଟେବୁଲ ଏବଂ ଡାଟା ଏଣ୍ଟ୍ରି ପାଇଁ ୨ଟି ଟେବୁଲର ବ୍ୟବସ୍ଥା ହୋଇଛି । ଗଣନା ହେଉଥିବା ହଲରେ ଏସି ସହ ସିସିଟିଭିର ବ୍ୟବସ୍ଥା ହୋଇଛି । ଇଭିଏମଗୁଡିକୁ ଷ୍ଟ୍ରଙ୍ଗରୁମରୁ ଗଣତିହଲକୁ ନେବା ଆଣିବାର ଭିଡିଓ କରାଯିବ। ପୋଲିସ ଓ ଜିଲ୍ଲା ପ୍ରଶାସନର ଅଫିସରଙ୍କ ଉପସ୍ଥିତିରେ ମୁଭମେଣ୍ଟ ହେବ ।

ଆହୁରି ପଢନ୍ତୁ: ଇଭିଏମ ଟେନସନ ଦୂର କଲେ ଇସି, କହିଲେ ଷ୍ଟ୍ରଙ୍ଗରୁମରେ ଅଛି ସୁରକ୍ଷିତ

ଗଣତି ହଲର ବାହାରେ ୧୬ଟି ସିସିଟିଭି ରହିବ । ସାଧାରଣ ଲୋକ ଓ ପାର୍ଟି କର୍ମୀମାନଙ୍କ ପାଇଁ ରେଜଲ୍ଟ ଅପଡେଟ ମାଇକ ଜରିଆରେ କରାଯିବା ସହ ଏଲଇଡି ସ୍କ୍ରିନ ଜରିଆରେ ସୂଚନା ପାଇଁ ବ୍ୟବସ୍ଥା ପାଇଁ ଯୋଜନା ଚଳାଇଛନ୍ତି ଜିଲ୍ଲା ପ୍ରଶାସନ । ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ପାଖାପାଖି ୬୦୦ ପୋଲିସ କର୍ମଚାରୀ ସୁରକ୍ଷାରେ ନିୟୋଜିତ ହେବେ । ତେବେ ସାମ୍ପଲ କାଉଣ୍ଟି ପାଇଁ ପ୍ରତ୍ୟେକ ବିଧାନସଭାକ୍ଷେତ୍ରର ୫ଟି ଇଭିଏମ ସହ ୫ଟି ଭିଭିପାଟର ଗଣତି ତାଳମେଳ କରାଯିବ । ସେହିପରି ଲୋକସଭାର ୫ଟି ଇଭିଏମ ସହ ୫ଟି ଭିଭିପାଟର ଭୋଟ୍‌ ତାଳମେଳ କରାଯିବ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:

sgdsd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.