ETV Bharat / city

ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ, ଦେଖିବାକୁ ମିଳନ୍ତି ୩୨୨ ପ୍ରଜାତିର ପକ୍ଷୀ

ମାଟି କାଦୁଅ ପଚପଚ ରାସ୍ତା, ବ୍ରାହ୍ମଣୀ-ବୈତରଣୀ ନଦୀର କୁଳୁକୁଳୁ ଶବ୍ଦ, ହେନ୍ତାଳ ବଣ ଭିତରୁ ଭାସି ଆସେ ବିଦେଶୀ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ, ଗଭୀର ଜଳରାଶିରେ ଫଟଫଟ ଆବାଜ କରି ଯାଉଥିବା ମେସିନ ବୋଟ୍, ଠିକ୍ ସେତିକିବେଳେ ନୀଳ ଜଳରାଶି କୂଳରେ ମୁଣ୍ଡ ଟେକି ଚାହିଁଥିବା ବଉଳା କୁମ୍ଭୀର, ମାଟି-କାଦୁଅରେ ଘୋଷାଡି ଘୋଷାଡି ହୋଇ ନିଜ ଆହାର ପାଖକୁ ଯାଉଥିବା ଅଜଗର, ଏ ଦୃଶ୍ୟ କେଡେ ରୋମାଞ୍ଚଭରା ସତେ, ଏହା କୌଣସି ଗପ ବହିର ସାରାଂଶ ନୁହେଁ, ଏହା ଓଡିଶାର ପ୍ରସିଦ୍ଧ ଓ ମୁଖ୍ୟତଃ ପର୍ଯ୍ୟଟକ ପ୍ରିୟ 'ଭିତରକନିକା ଜାତୀୟ ଉଦ୍ୟାନ' । କେବଳ ପରିବେଶ ପ୍ରେମୀ କାହିଁକି, ଆପଣ ମଧ୍ୟ ଥରେ ଯାଇ ବୁଲି ଆସନ୍ତୁ...

ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ, ଦେଖିବାକୁ ମିଳନ୍ତି ୩୨୨ ପ୍ରଜାତିର ପକ୍ଷୀ
ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ, ଦେଖିବାକୁ ମିଳନ୍ତି ୩୨୨ ପ୍ରଜାତିର ପକ୍ଷୀ
author img

By

Published : Aug 5, 2021, 5:31 AM IST

କେନ୍ଦ୍ରାପଡା: କଳା-ସଂସ୍କୃତି ସମ୍ପନ୍ନ ଓଡିଶା ଦେଶ-ବିଦେଶରେ ବେଶ୍ ଜଣାଶୁଣା । କଳା-କାରୁକାର୍ଯ୍ୟ-ଭାସ୍କର୍ଯ୍ୟ ପାଇଁ ଓଡିଶା ବହୁ ନାଁ କମେଇଛି । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଓଡିଶା ମାନଚିତ୍ରରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି । ଅଧିକାଂଶ ସମୟରେ ଚର୍ଚ୍ଚାର ଶିରୋନାମାରେ କଳିଙ୍ଗ । ତେଣିକି ସେ ରସାବଳୀ ହେଉ କିମ୍ବା କୋଣାର୍କ । ବାରବାଟୀ ଷ୍ଟାଡିୟମ ହେଉ କିମ୍ବା ଦହିବରା । ଖାଦ୍ୟପାନୀୟ ଠାରୁ ଆରମ୍ଭ କରି ଶିଳ୍ପ-କାରୁକାର୍ଯ୍ୟରେ ଓଡିଶା ବିଶ୍ବ ଦରବାରରେ ଖୁବ୍ ପ୍ରସିଦ୍ଧି ଲାଭ କରିପାରିଛି । ପର୍ଯ୍ୟଟନ କ୍ଷେତ୍ରରେ ଅବା ପଛରେ ରହିବ କିପରି । ଅର୍କକ୍ଷେତ୍ର, ଶ୍ରୀକ୍ଷେତ୍ର, ଭିତରକନିକା, ଚିଲିକା, କାଳିଜାଈ, ଦାରିଙ୍ଗବାଡି ଆଦି ଅନେକ ସ୍ଥାନର ସୌନ୍ଦର୍ଯ୍ୟରେ ଓଡିଶା ପରିପୂର୍ଣ୍ଣ ।

bhadrak.nic.in
bhadrak.nic.in
bhadrak.nic.in
bhadrak.nic.in
odishatourism.gov.in
odishatourism.gov.in

ଏହି ମନମତାଣିଆ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ଓଡିଶାରେ ଦେଶୀ-ବିଦେଶୀ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ସେମିତି ଏକ ପର୍ଯ୍ୟଟନସ୍ଥଳ ହେଉଛି ଶସ୍ୟଶ୍ୟାମଳା 'ଭିତରକନିକା ଜାତୀୟ ଉଦ୍ୟାନ' । କୋରୋନା ଏବଂ କୁମ୍ଭୀରଙ୍କ ପ୍ରଜନନ ଋତୁ ହେତୁ ମେ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏହା ବନ୍ଦ ରହିଥିଲା । ଏବେ ଆସନ୍ତାକାଲି(ଅଗଷ୍ଟ-୫)ରେ ଖୋଲିବାକୁ ଯାଉଛି । ଯେଉଁଥିପାଇଁ ପର୍ଯ୍ୟଟକ ବେଶ୍ ଉତ୍ସାହିତ । ତେବେ ଚାଲନ୍ତୁନା ଜାଣିବା କାହିଁକି ଏହି ଉଦ୍ୟାନ ଏତେ ଲୋକପ୍ରିୟ ଓ ଏଠାରେ କେଉଁ କେଉଁ ପଶୁ-ପକ୍ଷୀଙ୍କୁ ଦେଖିବାକୁ ମିଳେ ।

odishatourism.gov.in
odishatourism.gov.in

ଅବସ୍ଥିତି ଓ ପରିବ୍ୟାପ୍ତ:

ଏହା ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ । ୧୯୭୫ ମସିହାରେ ବନ୍ୟ ଜୀବ ଅଭୟାରଣ୍ୟ ୬୭୨ ବର୍ଗ କି.ମି ଓ ୧୯୯୮ରେ ଜାତୀୟ ଉଦ୍ୟାନ ୧୪୫ ବର୍ଗ କି.ମି ଘୋଷିତ ହେଲା । ୨୦୦୨ ମସିହାରେ ଏହାକୁ ଆନ୍ତର୍ଜାତିକ ଆଦ୍ରର୍ଭୂମି ଘୋଷଣା କରାଯାଇଥିଲା । ରାଜନଗର ବିଧାନସଭା ମଣ୍ଡଳୀରେ ରାଜନଗର ବନ୍ୟମଣ୍ଡଳୀ ମଧ୍ୟରେ ଭିତରକନିକା ଓ ଗହିରମଥା ଅବସ୍ଥିତ । ଜାତୀୟ ଉଦ୍ୟାନ ଭିତରକନିକା ଏକ ହେନ୍ତାଳ ବଣ, ଯାହା ବ୍ରାହ୍ମଣୀ-ବୈତରଣୀ ଓ ଧାମରା ନଦୀମାନଙ୍କ ତ୍ରିକୋଣୀୟ ଭୂମିରେ ପରିବ୍ୟାପ୍ତ । ଏହାର ପୂର୍ବରେ ଗହୀରମଥା ବେଳାଭୂମି ଅଛି, ଯାହା ବଙ୍ଗୋପସାଗରରୁ ହେନ୍ତାଳ ବଣକୁ ଅଲଗା କରିଥାଏ ।

odishatourism.gov.in
odishatourism.gov.in

63 ପ୍ରକାରର ଲୁଣି ହେନ୍ତାଳ ବୃକ୍ଷ ଓ ୩୨୨ ପ୍ରଜାତିର ପକ୍ଷୀ:

bhadrak.nic.in
bhadrak.nic.in

ସମ୍ପୂର୍ଣ୍ଣ ଉଦ୍ୟାନ ସବୁଜିମା ଘେରା । ନଦୀରେ ବୋଟର ଫଟଫଟିଆ ଶବ୍ଦ, ଭଳିକିଭଳି ପକ୍ଷୀଙ୍କ କିଚିରିମିଚିରି ଶବ୍ଦ, ସାପର ସୁ-ସୁ ଶବ୍ଦ, ବିଲୁଆରେ ହୁକେ-ହୋ ଶବ୍ଦରେ ଭିତରକନିକା ଉଦ୍ୟାନ କମ୍ପି ଉଠିଥାଏ । ଜୈବ ବିବିଧତା ମଧ୍ୟରେ ୬୩ ପ୍ରକାରର ଲୁଣି ହେନ୍ତାଳ ଗଛ, ୩୨୨ ପ୍ରଜାତିର ପକ୍ଷୀ ମାଛରଙ୍କା, ଗେନ୍ଦାଖିଆ, ବଣି, ବଗ, କାଠହଣା, ସରୀସୃପ ପ୍ରଜାତିରେ ଅହିରାଜ, ଅଜଗର, ଗୋଖର, ତମ୍ପ ସାପ, ଘଡ଼ିଆଳ କୁମ୍ଭୀର(୧୮୪୦ଟି), ସାମୁଦ୍ରିକ ଗୋଧି ଓ ସାପ, ଭେକଟି, ବାଳିଆ, ଚିତଳ, ଖଙ୍ଗା, ଇଲିଶି ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଆଦି ରହିଛନ୍ତି । ଏହା ବ୍ୟତୀତ ହରିଣ, ସମ୍ବର, ବାରହା, ହେଟା, ବିଲୁଆ, ବଣମଇଁଷି, ଗାଈ, କୁକୁଡ଼ା ଆଦିଙ୍କୁ ଦେଖିବାକୁ ମିଳେ । ୧୬ ପ୍ରଜାତିର ମାଛ ଓ ୮ ପ୍ରଜାତିର କଙ୍କଡା ଏଠାରେ ମିଳିଥାଏ । ଜଙ୍ଗଲ ମଧ୍ୟରେ ୧୪ ପ୍ରକାର ପଶୁ ବସବାସ କରୁଥିଲାବେଳେ ହରିଣଙ୍କର ସଂଖ୍ୟା ସର୍ବାଧିକ । ଏହି ଉଦ୍ୟାନ ଲୁଣି ପାଣିରେ ବଞ୍ଚୁଥିବା କୁମ୍ଭୀର (Crocodylus Porosus), ଭାରତୀୟ ଅଜଗର (Indian python), କଳା ଆଇବିସ (Black ibis) ଓ ଡାର୍ଟର (Darters)ମାନଙ୍କ ବାସସ୍ଥଳୀ । ଗହୀରମଥା ସମଗ୍ର ପୃଥିବୀରେ ଅଲିଭ ରିଡେଲ କଇଁଛଙ୍କ ଏନ୍ତୁଡିଶାଳ । ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ (Lepidochelys olivacea) ଗହୀର ମଥା ମୁହାଣରେ ଅଣ୍ଡା ଦେଇଥାନ୍ତି । ବେଳେବେଳେ ଏଠାରେ ଇରୱାଡ଼ୀ ଡଲଫିନ ମଧ୍ୟ ଦେଖିବାକୁ ମିଳନ୍ତି ।

bhadrak.nic.in
bhadrak.nic.in
bhadrak.nic.in
bhadrak.nic.in

ଜାତୀୟ ଉଦ୍ୟାନ କେବେ ହେଲା...

୧୯୮୮ ମସିହା ଅକ୍ଟୋବର ମାସ ୩ ତାରିଖରେ ଓଡିଶା ସରକାର ଏହି ଅଭୟାରଣ୍ୟକୁ 'ଜାତୀୟ ଉଦ୍ୟାନ' ଭାବେ ଘୋଷଣା କରିଥିଲେ ।

bhadrak.nic.in
bhadrak.nic.in

ବଉଳାକୁମ୍ଭୀରଙ୍କ ପାଇଁ ବଷ୍ଟାଡିଙ୍କ ଯୋଜନା:

odishatourism.gov.in
odishatourism.gov.in

ଉଦ୍ୟାନର ସମସ୍ତ ଅଞ୍ଚଳ ୧୪୩୫ ବର୍ଗ ମଧ୍ୟରେ ପରିସୀମିତ । ଏଥି ମଧ୍ୟରୁ ୧୪୦୫ ସାମୁଦ୍ରିକ ଅଞ୍ଚଳ ଓ ୨୭ ବର୍ଗ କି.ମି ସଂରକ୍ଷିତ ଜଙ୍ଗଲ, କାଦୁଅ ମାଟି ଓ ବାଲିପୂର୍ଣ୍ଣ ଅଞ୍ଚଳରେ ପରିପୂର୍ଣ୍ଣ । କୁମ୍ଭୀର ପ୍ରଜନନ ଅଞ୍ଚଳ ଭାବରେ ଭିତରକନିକା ସମଗ୍ର ପୃଥିବୀରେ ବେଶ୍ ପରିଚିତ । ପ୍ରଥମେ ୧୯୭୫ ମସିହାରେ ଡ. ଏଇଚ୍.ଆର ବଷ୍ଟାଡି ନାମକ ଜଣେ ଗୋରା ସାହେବ ବିଲୁପ୍ତ ବଉଳାକୁମ୍ଭୀର ସଂରକ୍ଷଣ କରିବା ପାଇଁ ଏଠାରେ ଯୋଜନା ଆରମ୍ଭ କରିଥିଲେ ।

odishatourism.gov.in
odishatourism.gov.in
odishatourism.gov.in
odishatourism.gov.in

କୁମ୍ଭୀର ନାଁ 'ଗୋରୀ':

ଭିତରକନିକା ଅଞ୍ଚଳ ଅନ୍ତର୍ଗତ କାଳିଭଞ୍ଜଡିଆ ଅଞ୍ଚଳରୁ ସଂଗୃହୀତ କୁମ୍ଭୀର ଅଣ୍ଡାରୁ କୃତ୍ରିମ ପ୍ରଣାଳୀରେ ୧୯୭୫ ମସିହା ଅଗଷ୍ଟ ମାସରେ ଜନ୍ମ ନେଇଥିଲା ବଉଳା ଧଳା କୁମ୍ଭୀର 'ଗୋରୀ' । ପ୍ରଥମେ ଏହି କୁମ୍ଭୀରକୁ ଗବେଷକ ସୁଧାକର କର ଓ ଡଃ ବଷ୍ଟର୍ଡ ଚିହ୍ନିଥିଲେ । ଅବସରପ୍ରାପ୍ତ ରାଜସ୍ୱ ପର୍ଷଦ ବିଘ୍ନରାଜ ପଟେଲ୍ ଏହାର ନାମ ଦେଇଥିଲେ 'ଗୋରୀ' । ୧୯୮୪ ମସିହାରେ ଏହାକୁ ଏକ ଆବଦ୍ଧ ପୁଷ୍କରିଣୀରେ ଛାଡି ଦିଆଯାଇଥିଲା ।

odishatourism.gov.in
odishatourism.gov.in
odishatourism.gov.in
odishatourism.gov.in

ଆଖପାଖ ଦର୍ଶନୀୟ ସ୍ଥାନ:

odishatourism.gov.in
odishatourism.gov.in

ଯଦି ଆପଣ ଭିତରକନିକା ବୁଲିବାକୁ ଯାଉଛନ୍ତି, ତେବେ ନିକଟରେ ଥିବା ସ୍ଥାନ ଗୁଡିକୁ ବୁଲିବାକୁ ଯାଆନ୍ତୁ । ଆଖପାଖରେ ଧାମରା ବନ୍ଦର ଓ ତାଳଚୁଆ ମାଛ ଜେଟି, ହୁଇଲର ଦ୍ୱୀପ ଓ କାଳୀଭଞ୍ଜଡ଼ିଆ ଅବସ୍ଥିତ । ରିଘାଗଡା ଗ୍ରାମରେ ଜଗନ୍ନାଥ ମନ୍ଦିର ଅଛି । ଏହା ଆଗରୁ କନିକା ରାଜା ଜମିଦାରୀରେ ଥିଲା । ଆହୁରି ମଧ୍ୟ Silted lotus pond, Meadow Tower, ଶିମିଳିପାଳ ଜାତୀୟ ଉଦ୍ୟାନ, ଶିବ ମନ୍ଦିର ପରି ଅନେକ ରୋଚକ ସ୍ଥାନ ରହିଛି । ଯାହା ପର୍ଯ୍ୟଟକଙ୍କୁ ଖୁବ୍ ଆକର୍ଷିତ କରିଥାଏ ।

odishatourism.gov.in
odishatourism.gov.in
odishatourism.gov.in
odishatourism.gov.in

କେମିତି ଯିବେ:

ବିମାନପଥ: ବିଜୁ ପଟ୍ଟନାୟକ ବିମାନବନ୍ଦର(ଭୁବନେଶ୍ବର)ରୁ ଓହ୍ଲାଇ କେନ୍ଦ୍ରାପଡା ବସ ଯୋଗେ ଭିତରକନିକା ଯାଇପାରିବେ ।

ରେଳପଥ: ଭଦ୍ରକ ରେଳଷ୍ଟେସନରୁ ୫୫ କି.ମି. ଚାନ୍ଦବାଲି ଦେଇ ଭିତରକନିକା ଯାଇହେବ ।

ସଡ଼କ ପଥ: କୋଲକାତା, ବାଲେଶ୍ଵର, ଭୁବନେଶ୍ବର, କେନ୍ଦୁଝର ଠାରୁ ବସ ବ୍ୟବସ୍ଥା ଉପଲବ୍ଧ । ଭଦ୍ରକ ଠାରୁ ୫୨ କି.ମି. ଓ ବାଲେଶ୍ଵର ଠାରୁ ୧୧୬ କି.ମି. ଦୂରତା ମଧ୍ୟରେ ଭିତରକନିକାକୁ ଯାତ୍ରା କରି ହେବ ।

odishatourism.gov.in
odishatourism.gov.in
@bhadrak.nic.in
@bhadrak.nic.in

ବୋଟ, ଦେୟ ଓ ଭଡା ଡଙ୍ଗା ଉପଲବ୍ଧ ଏବଂ ସୁବିଧା:

1) ୨୦ ଗୋଟି ଘରୋଇ ଡଙ୍ଗା ଉପଲବ୍ଧ ।

୨) ଦିନରେ ଚାନ୍ଦବାଲି ଠାରୁ ଡାଙ୍ଗମାଳ ଯିବା ପାଇଁ ପ୍ରତ୍ୟେକ ବୋଟ ପାଇଁ ୪୦୦୦.୦୦ ଟଙ୍କା ।

୩) ରାତ୍ରିଯାପନ କରିବାକୁ ହେଲେ ଚାନ୍ଦବାଲି ଠାରୁ ଡାଙ୍ଗମାଳ ଯିବା ପାଇଁ ପ୍ରତ୍ୟେକ ବୋଟ ପାଇଁ ୪୫୦୦.୦୦ ଟଙ୍କା ।

୪) ପ୍ରତ୍ୟେକ ବୋଟରେ ୧୮ ଜଣ ଯାତ୍ରୀ ଯାଇପାରିବେ ।

୫ ) ଭାସମାନ ଜେଟ୍ଟୀ ଚଢିବା ପାଇଁ ଉପଲବ୍ଧ ।

୬) ଦିନିକିଆ ପର୍ଯ୍ୟଟକଙ୍କ ପାଇଁ ୪୦ଟଙ୍କା entry fee ରଖାଯାଇଛି ।

୭) ଟିକେଟ ଘର, ଶୌଚାଳୟ , ବସିବା ସ୍ଥଳ, ଯାନ ରଖିବା ସ୍ଥାନ ଓ ଅନ୍ୟ ଦୋକାନ ଉପଲବ୍ଧ ।

@bhadrak.nic.in
@bhadrak.nic.in

କେବେ ଯିବେ ଓ କେଉଁ ସମୟରେ ଯିବେ:

ସେପ୍ଟେମ୍ବରରୁ ମାର୍ଚ୍ଚ ମଧ୍ୟରେ ଭିତରକନିକା ଯିବା ପାଇଁ ଉପଯୁକ୍ତ ସମୟ । ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ ଭିତରକନିକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ।

କେଉଁଠି ରହିବେ:

ଚାନ୍ଦବାଲିସ୍ଥିତ ପାନ୍ଥନିବାସ କିମ୍ବା ସ୍ଥାନୀୟ ହୋଟେଲରେ ରାତ୍ରୀ ଯାପନ କରିପାରିବେ ।

@bhadrak.nic.in
@bhadrak.nic.in

ଅବସର ମିଳିଲେ ଦେଶ ବାହାରକୁ ଅବା ବିଦେଶକୁ ଭ୍ରମଣରେ ନ ଯାଇ ଓଡିଶାରେ ଥିବା ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ । ଏହା ଖୁବ୍ ଆମୋଦ ପ୍ରଦାନ କରିଥାଏ । କମ୍ ଖର୍ଚ୍ଚରେ ପୁରା ପରିବାର ସହ ବୁଲିପାରିବେ । ତେଣୁ ଆପଣଙ୍କ ଟ୍ରାଭେଲ ଲିଷ୍ଟରେ ଭିତରକନିକା ନାଁ ଟିକୁ ଯୋଡି ଦିଅନ୍ତୁ । ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପଶୁପକ୍ଷୀଙ୍କ ସହ କିଛି ସମୟ ବିତାନ୍ତୁ । ଆଉ ଡେରି ନ କରି ଭିତରକନିକା ପାଇଁ ବାହାରି ପଡନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.