ETV Bharat / city

କୋଭିଡ ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜୟ ମହାପାତ୍ର

author img

By

Published : Sep 17, 2020, 1:58 PM IST

କଟକ ଓ ଭୁବନେଶ୍ୱରରେ କୋରନା ଅବସ୍ଥା ଭୟଙ୍କର ରୂପ ନେଇଛି। ଆଗକୁ ମଧ୍ୟ ଆହୁରି ଭୟଙ୍କର ହେବ ବୋଲି ବିଜୟ ମହାପାତ୍ର କହିଛନ୍ତି ।

କୋଭିଡ ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜୟ ମହାପାତ୍ର
କୋଭିଡ ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜୟ ମହାପାତ୍ର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଟାର୍ଗେଟ । କିଛି ମୁଷ୍ଟିମେୟ ଅଧିକାରୀଙ୍କ ମନମୁଖୀ ନୀତି ଯୋଗୁଁ ଆଜି ଏମିତି ଅବସ୍ଥା ବୋଲି କହିଲେ ବିଜୟ । ସେପଟେ ସରକାର କୋରୋନା ମୁକାବିଲା କରିବେ ନା ପୋଲିସ ସହ ମୁକାବିଲା କରିବେ ବୋଲି ବିଜୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ।

ତେବେ କଟକ ଓ ଭୁବନେଶ୍ୱରରେ କୋରୋନା ଅବସ୍ଥା ଭୟଙ୍କର ରୂପ ନେଇଛି। ଆଗକୁ ମଧ୍ୟ ଆହୁରି ଭୟଙ୍କର ହେବ ବୋଲି ବିଜୟ ମହାପାତ୍ର କହିଛନ୍ତି । ‘‘ କୋଭିଡ ମୁକାବିଲାରେ ସରକାର ସମସ୍ତ ମାଷ୍ଟର ପ୍ଲାନ ବାଟବଣା । ଅନେକ ଉପଦେଶ ପରେ ମଧ୍ୟ କିଛି ମୁଷ୍ଟିମେୟ ଅଧିକାରୀଙ୍କ ମନମୁଖୀ ନୀତି ଯୋଗୁ ଆଜି ଏମିତି ଅବସ୍ଥା ହେଇଛି । ସରକାର କୋରୋନା ମୁକାବିଲା କରିବେ ନା ପୋଲିସକୁ ମୁକାବିଲା କରିବେ ଜାଣି ପାରୁ ନାହାନ୍ତି । ଯେଉଁମାନେ କୋଭିଡ଼ ହସ୍ପିଟାଲ ମ୍ୟାନେଜମେଣ୍ଟ କରୁଛନ୍ତି ସେମାନେ ଜାଣିଛନ୍ତି ଯେ କୌଣସି ହସ୍ପିଟାଲରେ ମଧ୍ୟ ବେଡ଼ ନାହିଁ । ସରକାର ବେଡ଼ ବଢାଇବା ପାଇଁ ଚେଷ୍ଟା କରୁ ନାହାଁନ୍ତି । ସମ ରେ 725 ବେଡ଼ରୁ 7 - 8 , କିମସ ରେ 450ରୁ 25 ରୁ 30 ବେଡ଼ ଖାଲି ଅଛି ତାହାପୁଣି ସାଧାରଣ ବେଡ଼ , କଟକରେ ବେଡ଼ ନାହିଁ । ’’ ବୋଲି ବିଜୟ କହିଛନ୍ତି ।

ଏବେ ସରକାର ବେଡ଼ ବଢ଼ାଇବେ ନା ପୋଲିସ ଡିଜିଙ୍କୁ ଖାଲି ନିର୍ଦେଶ ଦେବେ ଲୋକଙ୍କୁ ସାବଡ଼ କର । ଜଣେ ଅଫିସର ବିଏମସି କମିଶନରଙ୍କୁ ଘୋଡାଇବା ପାଇଁ ସମସ୍ତଙ୍କୁ ଅସୁବିଧାରେ ପକାଯାଉଛି । ବିଏମସି କମିଶନରଙ୍କ ନାଲିବତୀ କିଭଳି ଫେରିପାଇବେ ଏବେ ସେ ନେଇ ପ୍ରକ୍ରିୟା ଚାଲିଛି। ତାଙ୍କ ଭୁଲ ପାଇଁ ଆଜି ଟ୍ଵିନ ସିଟିରେ ଏଭଳି ଅବସ୍ଥା ତାହା ମୁଖ୍ୟମନ୍ତ୍ରୀଙ୍କୁ କେହି ବୋଧେ ବୁଝାଉନାହାନ୍ତି । ’’ ବୋଲି ବିଜୟ କହିଛନ୍ତି ।

‘‘ ମୋର ଉପଦେଶ ରାଜଧାନୀକୁ 5 ଟି ଜୋନରେ ବିଭକ୍ତ କରି କୋଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଉ । ସଂଗରୋଧ ଲୋକଙ୍କ କଥା ବୁଝିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ସ୍ୱତନ୍ତ୍ର ଅଫିସର ନିଯୁକ୍ତ ହୁଅନ୍ତୁ । ତୁରନ୍ତ ହଜାରେ ଆଇସିୟୁ ବେଡ଼ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର । ଗଞ୍ଜାମ ମଡେଲ ନୁହେଁ କଟକ ଭୁବନେଶ୍ୱରରେ ସ୍ୱତନ୍ତ୍ର ମଡେଲ ବ୍ୟବସ୍ଥା କରାଯାଉ । ରାଜ୍ୟରେ କୋଭିଡ ସମୟରେ ପୋଲିସ ବେଶ ଭଲ କାମ କରିଛନ୍ତି ।’’ ବୋଲି ବିଜୟ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.