ETV Bharat / city

ଭୁବନେଶ୍ବରରେ ପହଞ୍ଚିଲା ବିଜୟ ମଶାଲ, ସୈନିକ ସ୍କୁଲରେ ସ୍ଵାଗତ - vijay masal

ସ୍ଵର୍ଣ୍ଣିମ ବିଜୟ ମଶାଲକୁ ଆଜି ସକାଳେ ଭୁବନେଶ୍ବର ସୈନିକ ସ୍କୁଲରେ ସ୍ଵାଗତ ଓ ସମ୍ମାନ ପ୍ରଦର୍ଶନ କରାଯାଇଛି । ବିଜୟ ମଶାଲର ଏହି ଗରିମାମୟ ଉପସ୍ଥିତିରେ ପ୍ରଥମ କରି ଚଳିତବର୍ଷ ନାମ ଲେଖାଇଥିବା ଛାତ୍ରୀଙ୍କୁ ସ୍ଵାଗତ କରାଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର ପହଞ୍ଚିଲା ବିଜୟ ମଶାଲ: ସୈନିକ ସ୍କୁଲରେ ସ୍ଵାଗତ

author img

By

Published : Nov 1, 2021, 10:33 PM IST

ଭୁବନେଶ୍ବର: ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଯାତ୍ରା କରୁଥିବା ଭାରତର ବିଜୟ ଗୌରବ ପାଳନର ସ୍ମାରକୀ ସ୍ଵର୍ଣ୍ଣିମ ବିଜୟ ମଶାଲକୁ ଆଜି ସକାଳେ ଭୁବନେଶ୍ବର ସୈନିକ ସ୍କୁଲରେ ସ୍ଵାଗତ ଓ ସମ୍ମାନ ପ୍ରଦର୍ଶନ କରାଯାଇଛି । ବିଜୟ ମଶାଲର ଏହି ଗରିମାମୟ ଉପସ୍ଥିତିରେ ପ୍ରଥମ କରି ଚଳିତବର୍ଷ ନାମ ଲେଖାଇଥିବା ଛାତ୍ରୀଙ୍କୁ ସ୍ଵାଗତ କରାଯାଇଛି ।

ଭୁବନେଶ୍ବର ପହଞ୍ଚିଲା ବିଜୟ ମଶାଲ: ସୈନିକ ସ୍କୁଲରେ ସ୍ଵାଗତ
ଭୁବନେଶ୍ବର ପହଞ୍ଚିଲା ବିଜୟ ମଶାଲ: ସୈନିକ ସ୍କୁଲରେ ସ୍ଵାଗତ
ସୈନିକ ସ୍କୁଲର ଅଧ୍ୟକ୍ଷ ଗ୍ରୁପ୍‌ କ୍ୟାପ୍ଟେନ୍ ଏସ୍.ଡୋମିନିକ ରାୟନ ସହିଦ ସ୍ମୃତି ସ୍ତମ୍ଭ ପରିସରରେ ବିଜୟ ମଶାଲକୁ ସ୍ଵାଗତ କରିଥିଲେ । ଆମ ଦେଶର ସୁରକ୍ଷା ଏବଂ ପଡୋଶୀ ବାଂଲାଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ପରାକ୍ରମୀ ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ସ୍ଵର୍ଣ୍ଣିମ ବିଜୟ ମଶାଲ ସହିଦ ସ୍ମୃତି ସ୍ତମ୍ଭ ନିକଟକୁ ଅଣାଯାଇ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଏହାପରେ ବିଜୟ ମଶାଲକୁ ଏକ ଖୋଲା ଜିପରେ ବିଦ୍ୟାଳୟର ଶିକ୍ଷାର୍ଥୀ ଏବଂ କର୍ମଚାରୀଙ୍କ ଦ୍ବାରା ନିର୍ମିତ ମାନବ ଶୃଙ୍ଖଳ ତୋରଣ ଭିତରେ ‘‘ଭାରତ ମାତା କି ଜୟ , ବନ୍ଦେ ମାତାରମ’’ ଧ୍ବନିରେ ସ୍ବାଗତ ସହିତ ସ୍କୁଲ ପରିସରକୁ ନିଆଯାଇଥିଲା ।

ବିଜୟ ମଶାଲକୁ ସ୍କୁଲ ଅଡିଟୋରିଅମ୍ ବିବେକାନନ୍ଦ ହଲକୁ ମଧ୍ୟ ନିଆଯାଇଥିଲା । ସେଠାରେ ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ୟାଡେଟ୍ ଏବଂ ନୂଆକରି ନାମ ଲେଖାଇଥିବା ଛାତ୍ରୀ କ୍ୟାଡେଟ୍ ମାନଙ୍କ ଉପସ୍ଥିତିରେ ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ଏହି ଉତ୍ସବରେ ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଥମଥର ପାଇଁ ସୈନିକ ସ୍କୁଲରେ ନାମ ଲେଖାଇଥିବା ବାଳିକା ଶିକ୍ଷାର୍ଥୀମାନଙ୍କୁ ମଧ୍ୟ ସ୍ବାଗତ କରାଯାଇଥିଲା । ଶିକ୍ଷାର୍ଥୀମାନେ ଏଠାରେ ଉପଲବ୍ଧ ସମସ୍ତ ସୁବିଧାସୁଯୋଗ ଓ ସମୟର ସଦୁପଯୋଗ କରି ଭବିଷ୍ୟତରେ ନିଜକୁ ସୁନାଗରିକ କରି ଗଢିତୋଳିବା ପାଇଁ ପ୍ରମୁଖ ଶାସନ ସଚିବ ସାହୁ ଦିଗଦର୍ଶନ ଦେଇଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଏହି ଅନୁଷ୍ଠାନକୁ ଆବଶ୍ୟକ ସବୁପ୍ରକାର ସାହାଯ୍ୟ ସହଯୋଗ ଦିଆଯାଉଥିବା ଓ ଆଗାମୀ ଦିନରେ ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏହି ଉତ୍ସବରେ ଏୟାର୍ ମାର୍ଶାଲ ଜେ.ଏନ୍. ବର୍ମା, ଏୟାର ଜମୋଡର ଟି.କେ.ରଥ, ବ୍ରିଗେଡିଅର ଏଲ.ସି.ପଟ୍ଟନାୟକ, କ୍ୟାପ୍ଟେନ୍ ସୁଭାଷଚନ୍ଦ୍ର ଦାସ, ଗ୍ରୁପ୍ କ୍ୟାପ୍ଟେନ୍ ସଚିନ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.