ETV Bharat / city

ଅଙ୍ଗନବାଡି ଦିଦିଙ୍କ ଘରେ ଭିଜିଲାନ୍ସ ରେଡ୍, 4 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ - ଭିଜିଲାନ୍ସ ଜାଲରେ ଅଙ୍ଗନବାଡି ଦିଦି

ଭିଜିଲାନ୍ସ ଜାଲରେ ଅଙ୍ଗନବାଡି ଦିଦି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ ଟି ସ୍ଥାନରେ ଚଢାଉ । ଠାବ ହେଲା 4 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି । ଅଧିକ ପଢନ୍ତୁ...

ଅଙ୍ଗନବାଡି ଦିଦିଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି

author img

By

Published : Sep 14, 2021, 2:41 PM IST

Updated : Sep 14, 2021, 8:04 PM IST

ଭୁବନେଶ୍ବର/କଟକ: ଭିଜିଲାନ୍ସ ଜାଲରେ ଭୁବନେଶ୍ଵର କୋରଡକଣ୍ଟାର ଅଙ୍ଗନବାଡି ଦିଦି । ଅଙ୍ଗନବାଡି କର୍ମୀ କବିତା ମଥାନଙ୍କ ବାସଭବନ ସମେତ ୬ ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଛି । ରେଡ୍ ସମୟରେ ଦିଦିଙ୍କ 4 କୋଟି ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତି ଠାବ ହୋଇଛି ।

ଅଙ୍ଗନବାଡ଼ି ଦିଦିଙ୍କ ଘରେ ଭିଜିଲାନ୍ସ ରେଡ୍

ଅଙ୍ଗନବାଡି ଦିଦିଙ୍କ ଭୁବନେଶ୍ବରରେ 4ଟି କୋଠା ସହ 14ଟି ପ୍ଲଟ ରହିଛି । ଏଥିସହ 2 ଲକ୍ଷ 20 ହଜାର ଟଙ୍କାର ବୀମା ଜମା ଓ 212 ଗ୍ରାମର ସୁନା ଅଳଙ୍କାର ଠାବ କରିଛି ଭିଜିଲାନ୍ସ । ଭିଜିଲାନ୍ସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆୟବର୍ହିଭୂତ ସମ୍ପତି ଠୁଳ ମାମଲାରେ ରେଡ୍ ଅଙ୍ଗନବାଡି କର୍ମୀ କବିତା ମଥାନଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । କୋରଡକଣ୍ଟାସ୍ଥିତ ଅଙ୍ଗନବାଡି ସେଣ୍ଟର ସମେତ ଝାରପଡାର ୩ ଟି ସ୍ଥାନରେ ଥିବା ଘର ସହ କେଶୁରାରେ ଥିବା ବାସଭବନ, କେନ୍ଦ୍ରାପଡାସ୍ଥିତ ପୈତୃକ ବାସଭବନ ଏବଂ ଜଗତସିହପୁରରେ ଥିବା ଶାଶୁ ଘରେ ରେଡ୍ କରୁଛି ଟିମ ।

ମୋଟ ୭ଟି ସ୍ଥାନରେ ରେଡ୍ ହୋଇବେଳେ ଭିଜିଲାନ୍ସ ସେଲର ଜଣେ ଆଡିସିନାଲ ଏସପିଙ୍କ ନେତୃତ୍ବରେ ଡିଏସପି ଓ ଇନସ୍ପେକ୍ଟର ଓ ଏସଆଇ ଓ ଏଏସଆଇ ମିଶି ରେଡ୍ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 14, 2021, 8:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.