ETV Bharat / city

ଆଜିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଉପରାଷ୍ଟ୍ରପତି

author img

By

Published : Apr 2, 2021, 7:44 AM IST

Updated : Apr 2, 2021, 8:04 AM IST

ଆଜି ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆଦିକବି ସାରଳ ଦାସଙ୍କ 6ଶହ ତମ ଜନ୍ମବାର୍ଷିକ ଓ ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ କାର୍ଯ୍ୟକ୍ରମରେ ଦେବେ ଯୋଗ । ଅଧିକ ପଢନ୍ତୁ...

ଆଜି ଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଉପରାଷ୍ଟ୍ରପତି

ଭୁବନେଶ୍ବର: ଆଜିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଆଜି ପୂର୍ବାହ୍ନ 11 ଟା 15ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜଭବନ ଯିବେ । ସେଠାରେ ମଧ୍ୟାହ୍ନଭୋଜନ କରିବା ପରେ ଅପରାହ୍ନରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନ ଯିବେ । ଏହା ପରେ ସନ୍ଧ୍ୟା ୫ଟା ୩୦ରୁ ୬ଟା ୩୦ପଯ୍ୟନ୍ତ ସାରଳା ଭବନ ଠାରେ ଅନୁଷ୍ଠିତ ୬୦୦ ତମ ଆଦିକବି ସାରଳା ଦାସଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ଯୋଗଦେବେ। ସେଠାରେ ସାରଳା ସାହିତ୍ୟ ସଂସଦର 40 ତମ ବାର୍ଷିକ ସମାରୋହ ମଧ୍ୟ ପାଳନ କରାଯିବ । କାର୍ଯ୍ୟକ୍ରମ ପରେ ଉପରାଷ୍ଟ୍ରପତି କଟକରୁ ଫେରି ରାଜଭବନରେ ରାତ୍ରିଯାପନ କରିବେ ।

ଆସନ୍ତାକାଲି ଅର୍ଥାତ ଏପ୍ରିଲ 3 ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟର 50ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଉପ-ରାଷ୍ଟ୍ରପତି। ପୂର୍ବାହ୍ନ 10ଟା 20 ସମୟରେ କ୍ୟାମ୍ପସରେ ପହଞ୍ଚି ସେଠାରେ 11 ଟା 30 ପର୍ଯ୍ୟନ୍ତ ରହିବା ପରେ ପୁଣି ରାଜଭବନ ଫେରିଯାଇ ମଧ୍ୟାହ୍ନ ଭୋଜନ କରିବେ । ଅପରାହ୍ନ 5ଟା ସମୟରେ ସେ ନୂଆଦିଲ୍ଲୀ ଫେରିଯିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 2, 2021, 8:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.