ETV Bharat / city

ଡିସେମ୍ବର ୧ ରୁ ବିଧାନସଭା ଶୀତକାଳୀନ ଅଧିବେଶନ

author img

By

Published : Nov 14, 2021, 4:18 PM IST

Updated : Nov 14, 2021, 7:42 PM IST

ଡିସେମ୍ବର ୧ ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । । ଅଧିକ ପଢନ୍ତୁ

very soon assembly winter session to be started says speaker suryanarayan patra
ଡିସେମ୍ବର ୧ ରୁ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ବର : ଡିସେମ୍ବର ୧ ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏନେଇ ଓଡିଶା ବିଧାନସଭା କାର୍ଯ୍ୟାଳୟ ପରିସରରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ବିଧାନସଭା ଅଧିବେଶନ ନେଇ ସୂଚନା ଦେଇଥିଲେ।

ଡିସେମ୍ବର ୧ ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଡିସେମ୍ବର ୧ ରୁ ରାଜ୍ୟ ବିଧାନସଭା ଅଧିବେଶନର ଶୀତ ଅଧିବେଶନ । ଏହି ଅଧିବେଶନ ୩୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିବ । ସେଥି ମଧ୍ୟରୁ ୫ ଦିନ ଛୁଟି ଦିବସ ରହିବ । ଏନେଇ ବିଧାନସଭାର ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ, ବିଧାନସଭା 60 ଦିନ ବସିବାର ନିୟମ ରହିଛି। ଏହି ହିସାବରେ ଆଉ 26 ଦିନ ବାକି ଅଛି । ଅଧିବେଶନ କରିବା ପାଇଁ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କୁ ବିଧାନସଭା ପକ୍ଷରୁ ଚିଠି କରାଯାଇଛି ।

ତେବେ ଚଳିତ ବିଧାନସଭାର ଶୀତ ଅଧିବେଶନ ବେଶ ଗୁରୁତ୍ବପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ତେବେ ଏହି ଅଧିବେଶନରେ କେତେକ ବ୍ୟୟ ମଞ୍ଜୁରୀ ବିଲ ପାରିତ କରାଯିବା ସହ ଗୁରୁତ୍ବପୂର୍ଣ୍ଣ ବିଲ ଉପସ୍ଥାପନା କରାଯିବ । ସୂଚନାଥାଉକି ଆସନ୍ତା ନଭେମ୍ବର ୨୯ ତାରିଖରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Nov 14, 2021, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.