ETV Bharat / city

ଅର୍ଥନୀତି ପାଇଁ ଭଲ ଖବର, ଜିଏସଟି ଓ ଭାଟ ସଂଗ୍ରହରେ ବୃଦ୍ଧି

author img

By

Published : Nov 1, 2020, 9:41 PM IST

ସୁଧୁରୁଛି ଅର୍ଥନୀତି । ଅକ୍ଟୋବର ମାସରେ ଜିଏସଟି ସଂଗ୍ରହରେ ରେକର୍ଡ ଅଭିବୃଦ୍ଧି ହୋଇଛି । ଗତବର୍ଷ ତୁଳନାରେ 21.79% ଅଭିବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ଅର୍ଥନୀତି ପାଇଁ ଭଲ ଖବର, ଜିଏସଟି ଓ ଭାଟ ସଂଗ୍ରହରେ ବୃଦ୍ଧି
ଅର୍ଥନୀତି ପାଇଁ ଭଲ ଖବର, ଜିଏସଟି ଓ ଭାଟ ସଂଗ୍ରହରେ ବୃଦ୍ଧି

ଭୁବନେଶ୍ବର: ସୁଧୁରୁଛି ଅର୍ଥନୀତି । ଅର୍ଥନୀତି ପାଇଁ ଭଲ ଖବର, ଜିଏସଟି ଓ ଭାଟ ସଂଗ୍ରହରେ ବୃଦ୍ଧି ହୋଇଛି । ଯାହା ଅର୍ଥନୀତି ପାଇଁ ଏକ ଭଲ ସମୟ ଆସୁଛି ।

ଅକ୍ଟୋବର ମାସରେ ଜିଏସଟି ସଂଗ୍ରହରେ ରେକର୍ଡ ଅଭିବୃଦ୍ଧି ହୋଇଛି । ଗତବର୍ଷ ତୁଳନାରେ 21.79% ଅଭିବୃଦ୍ଧି ହୋଇଛି । ଯାହାକୁ ନେଇ ସରକାର ବେଶ ଉତ୍ସାହିତ । କ୍ରମାଗତ ଦ୍ଵିତୀୟ ମାସ ପାଇଁ ଏହି ଧାରା ଅବ୍ୟାହତ ରହିଛି । ସେପ୍ଟେମ୍ବର ମାସରେ18.30% ବୃଦ୍ଧି ହୋଇଥିଲା । ଓଡିଶା ଜିଏସଟି 5.16% ବୃଦ୍ଧି ହୋଇଥିବା ବେଳେ ଗତ ବର୍ଷ 3.42% ରହିଥିଲା । ସମୀକ୍ଷା ପରେ ଏନେଇ କମାରସିଆଲ ଟ୍ୟାକ୍ସ କମିଶନର ସୁଶୀଲ ଲୋହାନି ସୂଚନା ଦେଇଛନ୍ତି ।

ସେହିଭଳି ଭାଟ ସଂଗ୍ରହରେ ମଧ୍ୟ ଅଭିବୃଦ୍ଧି ହୋଇଛି । ପେଟ୍ରୋଲ ଜାତ ସାମଗ୍ରୀ ବାବଦକୁ ଅକ୍ଟୋବରରେ 514 କୋଟି ସଂଗ୍ରହ ହୋଇଥିବା ବେଳେ 464 କୋଟି ଟଙ୍କା ରହିଥିଲା । ତେବେ ଏହା ପଛରେ ଫେଷ୍ଟିଭ ସିଜିନ ଥିବା କହିଛନ୍ତି ଅର୍ଥନୀତି ସମୀକ୍ଷକ । ଓଡିଶାରେ ଅନ୍ୟ ରାଜ୍ୟ ତୁଳନାରେ ଅର୍ଥନୀତି ବୃ୍ଦ୍ଧି ହୋଇଛି । ଦଶହରା ସମୟରେ ଭଲ ବ୍ୟବସାୟ ଯୋଗୁଁ ଜଏସଟି ସଂଗ୍ରହ ବୃଦ୍ଧି ହୋଇଛି । ଅର୍ଥନୀତି ପାଇଁ ଆଗକୁ ଭଲ ସମୟ ଆସୁଛି ବୋଲି ସମୀକ୍ଷକ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.