ETV Bharat / city

ରୋଷ ଶାଳାରେ ଚୁଲି ଭଙ୍ଗା ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ସୁର

author img

By

Published : Apr 4, 2022, 7:51 PM IST

ଶ୍ରୀମନ୍ଦିର ରୋଷଶାଳାରେ 43ଟି ଚୁଲା କିଏ ଭାଙ୍ଗିଛି । ଦିନକୁ ଦିନ ବିଶୃଙ୍ଖଳା ବଢିବାରେ ଲାଗିଛି । ତେବେ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଇତିହାସରେ ଏହା ପ୍ରଥମ ଘଟଣା, ତେଣୁ ଏହାର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ଦାବି କରିଛି କଂଗ୍ରେସ । ଅଧିକ ପଢନ୍ତୁ

ସୁର
ସୁର

ଭୁବନେଶ୍ବର: ଗତକାଲି ଶ୍ରୀମନ୍ଦିର ଇତିହାସରେ ଏକ ଦୁଃଖଦ ଘଟଣା ଘଟିଛି । ମହାପ୍ରଭୁଙ୍କ ରୋଷ ଘରର 43ଟି ଚୁଲି ଭଙ୍ଗା ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏ ସୃଷ୍ଟିର ସ୍ରଷ୍ଟା ମହାପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କ ବଡ ଦେଉଳରେ ବିଶୃଙ୍ଖଳା ଏବେ ସୀମା ସରହଦ ଟପିବାରେ ଲାଗିଛି। ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ଚତୁପାର୍ଶ୍ବ ଖନନ ହୋଇ ବଡ ବଡ ଗର୍ତ୍ତ ଖୋଳାଯାଇଥିବାକୁ ନେଇ ବିରୋଧୀ ସରକାରଙ୍କୁ ବିଧାନସଭାରେ ଘେରିବା ପରେ ଏକ ଗୃହ କମିଟି ଏହାର ଅନୁଧ୍ୟାନ କରିବା ପାଇଁ ଗଠନ କରାଯାଇଛି । ତେବେ ଖୋଳା ଯାଇଥିବା ଗର୍ତ୍ତକୁ ନେଇ ସଂସଦରେ ମଧ୍ୟ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି ।

ରୋଷ ଶାଳାରେ ଚୁଲି ଭଙ୍ଗା ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ସୁର

ଏହି ଘଟଣାକୁ ଆହୁରି ଅଧିକ ସଙ୍ଗୀନ କରିଛି ଗତକାଲି ଶ୍ରୀମନ୍ଦିର ରୋଷ ଶାଳାରେ 43ଟି ଚୁଲା କିଏ ଭାଙ୍ଗିଦେଇଛି । ଦିନକୁ ଦିନ ବିଶୃଙ୍ଖଳା ବଢିବାରେ ଲାଗିଛି । ତେବେ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଇତିହାସରେ ଏହା ପ୍ରଥମ ଘଟଣା, ତେଣୁ ଏହାର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ଦାବି କରିଛି କଂଗ୍ରେସ । ଏତେ ବଡ ଘଟଣା ଯାହା ସାରା ରାଜ୍ୟବାସୀଙ୍କୁ ମର୍ମାହତ କରିଛି । ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସରକାର କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଜିଲ୍ଲାପାଳ ତଦନ୍ତ କରନ୍ତୁ । ଶ୍ରୀମନ୍ଦିର ଘଟଣାରେ ସରକାର ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.