ETV Bharat / city

'ତୃତୀୟ ଲହର ପୂର୍ବରୁ ରାଜ୍ୟରେ ଜୋରଦାର କରାଯିବ ଟୀକାକରଣ'

author img

By

Published : Jun 22, 2021, 2:00 PM IST

ତୃତୀୟ ଲହର ଆସିବା ପୂର୍ବରୁ ଅଧିକରୁ ଅଧିକ ଲୋକଙ୍କୁ ଟୀକାକରଣ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଅଧିକ ପଢନ୍ତୁ...

ତୃତୀୟ ଲହର ପୂର୍ବରୁ ରାଜ୍ୟରେ ଜୋରଦାର କରାଯିବ ଟୀକାକରଣ

ଭୁବନେଶ୍ବର: ତୃତୀୟ ଲହର ଆସିବା ପୂର୍ବରୁ ରାଜ୍ୟରେ ଅଧିକରୁ ଅଧିକ ଲୋକଙ୍କୁ କରାଯିବ ଟୀକାକରଣ । ଏନେଇ ଗତକାଲି ଠାରୁ ଆରମ୍ଭ ହୋଇଥିବା କ୍ୟାମ୍ପେନ ମୋଡରେ ଟୀକାକରଣ ଜୋରଦାର କରାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଗତକାଲି କ୍ୟାମ୍ପେନ ମୋଡରେ 1613 ଟି ଟୀକାକରଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିଲା। ଯେଉଁଥିରେ 3 ଲକ୍ଷ 32 ହଜାର 717 ଜଣଙ୍କୁ ଟୀକାକରଣ କରାଯାଇଛି । ରାଜ୍ୟରେ ଆଜି ସୁଦ୍ଧା 1 କୋଟିରୁ ଅଧିକ ଟୀକାକରଣ ହୋଇଛି । ଏହି କ୍ୟାମ୍ପେନ ମୋଡରେ ଚାଲୁଥିବା ଟୀକାକରଣ ଆଗକୁ ବ୍ୟାପକ କରାଯିବ। ଆଜି 1250 କେନ୍ଦ୍ରରେ ଟୀକାକରଣ ଜାରି ରହିଛି । ଲକ୍ଷ୍ୟ ରହିଛି ପ୍ରତ୍ୟେକ ଦିନ 3 ଲକ୍ଷ ଟୀକାକରଣ କରାଯିବ ।

ରାଜ୍ୟରେ ଯେତିକି ଏବେ ଟିକା ମହଜୁଦ ରହିଛି ସେହି ଅନୁସାରେ 3 ଲକ୍ଷ ଟୀକାକରଣକୁ ଲକ୍ଷ୍ୟ ରଖି ଟୀକାକରଣ କରାଯିବ। ରାଜ୍ୟର ବର୍ତ୍ତମାନ କୋଭିସିଲ୍ଡ ଟିକା 6 ଲକ୍ଷ 98 ହଜାର ଓ କୋଭାକ୍ସିନ ଟିକା 4 ଲକ୍ଷ 30 ହଜାର ମହଜୁଦ ରହିଛି । ତେବେ ରାଜ୍ୟରେ ବର୍ତ୍ତମାନ 11 ଲକ୍ଷ ପାଖାପାଖି ଟିକା ମହାଜୁଦ ରହିଛି। ଆଜି ମଧ୍ୟ 1 ଲକ୍ଷ 74 ହଜାର 460 କୋଭିସିଲ୍ଡ ଟିକା ପହଞ୍ଚିବ। ଆମର ବର୍ତ୍ତମାନ ଲକ୍ଷ୍ୟ ରହିଛି ତୃତୀୟ ଲହର ପୂର୍ବରୁ ଟୀକାକରଣ କରାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.