ETV Bharat / city

9ଟି ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ - କୋଭାକ୍ସିନ୍

ଟିକାର ଅଭାବ ଯୋଗୁଁ ରାଜ୍ୟରେ ଟିକାକରଣ ବନ୍ଦ ରହିବ । 9 ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ । ଅଧିକ ପଢନ୍ତୁ...

9ଟି ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ
9ଟି ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ
author img

By

Published : May 5, 2021, 10:33 PM IST

ଭୁବନେଶ୍ବର: ରାଜ୍ୟରେ ଟିକାର ଅଭାବ କରଣକୁ ନେଇ ରାଜ୍ୟରେ ଦିନକୁ ଦିନ ଟୀକାକରଣ ବନ୍ଦ ହେବାରେ ଲାଗିଛି । ତେବେ ଆସନ୍ତାକାଲି 9 ଟି ଜିଲ୍ଲା ରେ ଟୀକାକରଣ ବନ୍ଦ ରହିବ ।

ରାଜ୍ୟରେ କୋରୋନା ଟିକାର ଅଭାବ ଦେଖାଦେଇଛି । ଦୈନିକ ଭାବରେ ଅନେକ ସ୍ଥାନରେ ଟୀକାକରଣ ଠିକ୍ ଭାବରେ ପରିଚାଳନା ହୋଇପାରୁନାହିଁ । ଯାହା ଦ୍ୱାରାକି ଅନେକ ଟିକାକରଣ କେନ୍ଦ୍ରରେ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ତେବେ ଏନେଇ ଆସନ୍ତାକାଲି ରାଜ୍ୟରେ 9 ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ । ଜିଲ୍ଲା ଗୁଡିକ ମଧ୍ୟରେ ବଲାଙ୍ଗୀର, ବରଗଡ, ବୋୖଦ୍ଧ, ଗଜପତି, ଝାରସୁଗୁଡା, କେନ୍ଦୁଝର, କୋରାପୁଟ ନବରଙ୍ଗପୁର ଓ ସୋନପୁରରେ ଟୀକାକରଣ ବନ୍ଦ ରହିବ । ଏନେଇ ସ୍ୱାସ୍ଥ୍ୟ ବିଭଗ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟରେ କୋଭିସିଲଡ୍ ଟୀକା 1ଲକ୍ଷ 4 ହଜାର 70ଟି ଡୋଜ୍ ରହିଥିବା ବେଳେ କୋଭାକ୍ସିନ୍ 3 ଲକ୍ଷ 180ଟି ଡୋଜ୍ ରହିଛି । ତେବେ ରାଜ୍ୟରେ ମୋଟ 59 ଲକ୍ଷ 51 ହଜାର 329 ଡୋଜ ଟୀକାକରଣ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.