ETV Bharat / city

ଭୁବନେଶ୍ବରରେ କ୍ୟାମ୍ପେନ ମୋଡ଼ରେ କରାଯିବ ଟୀକାକରଣ: ବିଏମସି କମିଶନର

author img

By

Published : Jul 15, 2022, 6:39 PM IST

ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ମାଗଣା ପ୍ରିକସନ୍ ଡୋଜ ଟୀକାକରଣ । ୧୮ ରୁ ୫୯ ବର୍ଷ ବୟସର ଲୋକେ ନେଉଛନ୍ତି ମାଗଣା ପ୍ରିକସନ ଡୋଜ । ଭୁବନେଶ୍ବରର ୧୯ ଟି ସେଣ୍ଟରରେ ଏହି ଟୀକାକରଣ ଚାଲିଛି । ଅଧିକ ପଢନ୍ତୁ

ଭୁବନେଶ୍ବରରେ କ୍ୟାମ୍ପେନ ମୋଡ଼ରେ କରାଯିବ ଟୀକାକରଣ: ବିଏମସି କମିଶନର
ଭୁବନେଶ୍ବରରେ କ୍ୟାମ୍ପେନ ମୋଡ଼ରେ କରାଯିବ ଟୀକାକରଣ: ବିଏମସି କମିଶନର

ଭୁବନେଶ୍ବର : ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ମାଗଣା ପ୍ରିକସନ୍ ଡୋଜ ଟୀକାକରଣ । ୧୮ ରୁ ୫୯ ବର୍ଷ ବୟସର ଲୋକେ ନେଉଛନ୍ତି ମାଗଣା ପ୍ରିକସନ ଡୋଜ । ଭୁବନେଶ୍ବରର ୧୯ ଟି ସେଣ୍ଟରରେ ଏହି ଟୀକାକରଣ ଚାଲିଛି ।

ୟୁନିଟ-୪ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭରମ୍ଭ କରିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ । ଏନେଇ ବିଏମସି କମିଶନର କହିଛନ୍ତି ସବୁ ସେଣ୍ଟରର ଟୀକାକରଣ ନେଇ ଜନସାଧାରଣଙ୍କୁ ଆଗୁଆ ସୂଚନା ଦିଆଯାଉଛି ।

ରାଜଧାନୀରେ କ୍ୟାମ୍ପେନ ମୋଡ଼ରେ ଟୀକାକରଣ କରାଯିବ । ବିଏମସି ଅଞ୍ଚଳରେ କୋଭିଡ ବଢ଼ୁଥିବାରୁ ଟୀକାକରଣ ତ୍ବରାନିତ୍ବ କରାଯିବ ସହ ଟେଷ୍ଟିଂ ବଢାଇବାକୁ ଗୁରୁତ୍ବ ଦିଆଯାଇଛି । ଏବେ ଦୈନିକ ତିନି ହଜାରରୁ ଅଧିକ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂକୁ ଦ୍ବିଗୁଣିତ କରିବାକୁ ଚେଷ୍ଟା କରାଯାଉଛି । ତେଣୁ ଲୋକମାନେ ବୁଷ୍ଟର ଡୋଜ ନିଅନ୍ତୁ ।

ସମସ୍ତେ ମିଳିମିଶି କୋଭିଡ ସଂକ୍ରମଣକୁ କମାଇପାରିବା । ସେହିପରି ଭୁବନେଶ୍ବରରେ କୋଭିଡ ନିୟନ୍ତ୍ରଣ ଲାଗି ସଚେତନତା ଓ ଏନଫୋର୍ସମେଣ୍ଟକୁ ଗୁରୁତ୍ବ ଦିଆଯାଇଛି । ସଚେତନତା ଲାଗି ଓ୍ବାର୍ଡ ସ୍ତରୀୟ କମିଟି ଗଠନ ହୋଇଛି । ଏଥିରେ କର୍ପୋରେଟର, ଓ୍ବାର୍ଡ ଅଫିସରଙ୍କ ସହ କିଛି ନାଗରିକଙ୍କୁ ନେଇ କମିଟି ଗଠନ ହୋଇଛି ।

ଏହି ଅବସରରେ ଗହଳି ହେଉଥିବା ସ୍ଥାନ, ମଲରେ ଗହଳି ନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି । ବିନା ମାସ୍କରେ କାହାକୁ ପ୍ରବେଶ କରିବା ପାଇଁ ନ ଦେବାକୁ ସବୁ ମଲ, ବ୍ୟବସାୟୀଙ୍କୁ କୁହାଯାଇଛି । ଏହାକୁ ଆହୁରି କଡ଼ାକଡ଼ି ଭାବେ ମନିଟରିଂ କରାଯିବ । ଟେଷ୍ଟିଂ ବଢ଼ାଇ ଯେଉଁମାନେ ପଜିଟିଭ ଅଛନ୍ତି । ପ୍ରଥମେ ହୋମ ଆଇସୋଲେସନ ଓ ଆବଶ୍ୟକ ପଡ଼ିଲେ ହସ୍ପିଟାଲାଇଜେସନ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.