ETV Bharat / city

ଗର୍ଭବତୀଙ୍କୁ ଟୀକାକରଣ, ଖୁବଶୀଘ୍ର ଆସିବ SOP

author img

By

Published : Jul 6, 2021, 2:11 PM IST

Updated : Jul 6, 2021, 10:49 PM IST

ରାଜ୍ୟରେ ଟୀକାକରଣ ଦ୍ରୁତ ଗତିରେ ଚାଲିଥିବା ବେଳେ ଗର୍ଭବତୀମାନଙ୍କୁ ବାଦ ଦିଆଯାଇଥିଲା। ହେଲେ ଏବେ ସେମାନଙ୍କ ଟୀକାକରଣ ପାଇଁ ଖୁବଶୀଘ୍ର SOP ଆସିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ...

ଗର୍ଭବତୀଙ୍କୁ ଟୀକାକରଣ, ଖୁବ ଶୀଘ୍ର ଆସିବ ଏସଓପି

ଭୁବନେଶ୍ବର: ରାଜ୍ୟରେ ଟୀକାକରଣ ଦ୍ରୁତ ଗତିରେ ଚାଲିଥିବା ବେଳେ ଏବେ ଗର୍ଭବତୀମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ସେମାନଙ୍କୁ ଟୀକାକରଣ ପାଇଁ ଖୁବ ଶୀଘ୍ର SOP ଆସିବ । ତେବେ ଗର୍ଭାବତୀଙ୍କ ପାଇଁ ଟୀକାକରଣ ଲାଗି ଆଜି କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଧିକାରୀମାନେ ମଧ୍ୟ ସାମିଲ ରହିବେ। ଯେତେ ଶୀଘ୍ର ହେବ ଏହି ଅଭିଯାନ ଆରମ୍ଭ ହେବ ଏବଂ ସେମାନଙ୍କୁ ଯେପରି ବେଶି ସମୟ ଅପେକ୍ଷା କରିବାକୁ ନପଡ଼େ, ତାହା ଉପରେ ଦୃଷ୍ଟି ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ତେବେ ଗର୍ଭବତୀ ମହିଳାମାନେ ଉଭୟ ଟୀକା ନେଇପାରିବେ।

ଗର୍ଭବତୀ ମହିଳାଙ୍କୁ କିଭଳି ଭାବରେ ଟୀକାକରଣ କରାଯିବ, ସେମାନଙ୍କ ଉପରେ ଟିକା କିପରି ପ୍ରଭାବ ପକାଇବ, ସେନେଇ ହେବ ଆଲୋଚନା। ଯେଭଳି ଭାବରେ ଗର୍ଭବତୀ ମହିଳାମାନେ ଟୀକାକରଣ କେନ୍ଦ୍ରରେ ଅଧିକ ସମୟ ଧରି ଅପେକ୍ଷା ନକରିବେ, ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 6, 2021, 10:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.