ETV Bharat / city

ଟିକା ଅଭାବ, ଆଜି 11 ଜିଲ୍ଲାରେ ଟୀକାକରଣ ବନ୍ଦ

author img

By

Published : Jun 29, 2021, 10:37 PM IST

Updated : Jun 30, 2021, 6:46 AM IST

ଟିକାର ଅଭାବ ଯୋଗୁଁ ଆଜି (ବୁଧବାର) 11ଟି ଜିଲ୍ଲା ବନ୍ଦ ରହିବ ଟୀକାକରଣ । ବର୍ତ୍ତମାନ ସମୟରେ 38 ହଜାର 380 କୋଭିସିଲ୍ଡ ଟିକା ଉପଲବ୍ଧ ରହିଥିବା ବେଳେ କୋଭାକ୍ସିନ ରହିଛି 3 ଲକ୍ଷ 51 ହଜାର 220 ଡୋଜ । ଅଧିକ ପଢନ୍ତୁ...

ରାଜ୍ୟରେ ପୁଣି ଟିକା ଅଭାବ, ଆସନ୍ତାକାଲି 11ଟି ଜିଲ୍ଲାରେ ଟୀକାକରଣ ବନ୍ଦ

ଭୁବନେଶ୍ବର: ରାଜ୍ୟରେ ପୁଣି ଦେଖାଦେଇଛି ଟିକା ସଙ୍କଟ । ଦୈନିକ 3 ଲକ୍ଷ ଟୀକାକରଣ କରାଯାଉଥିବା ବେଳେ ବର୍ତ୍ତମାନ ସମୟରେ ଟିକାର ଅଭାବ ଦେଖାଯାଇଛି । ଏନେଇ ରାଜ୍ୟରେ ଆଜି (ବୁଧବାର) 11ଟି ଜିଲ୍ଲା ବନ୍ଦ ରହିବ ଟୀକାକରଣ ।

ରାଜ୍ୟରେ ଟୀକାକରଣକୁ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଇଆସୁଛି । ଟିକାର ଅଭାବ କାରଣରୁ ପୁଣି 11ଟି ଜିଲ୍ଲାରେ ଟୀକାକରଣ ବନ୍ଦ ହେବା ଚିନ୍ତାର ବିଷୟ । ଟୀକାକରଣ ବନ୍ଦ ଥିବା 11 ଜିଲ୍ଲା ମଧ୍ୟରେ ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କୋରାପୁଟ ଏବଂ ସୋନପୁର ସାମିଲ ରହିଛି ।

ରାଜ୍ୟରେ ବର୍ତ୍ତମାନ ସମୟରେ 38 ହଜାର 380 କୋଭିସିଲ୍ଡ ଟିକା ଉପଲବ୍ଧ ରହିଥିବା ବେଳେ କୋଭାକ୍ସିନ ରହିଛି 3 ଲକ୍ଷ 51 ହଜାର 220 ଡୋଜ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jun 30, 2021, 6:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.