ETV Bharat / city

Vaccination: କାଲିଠୁ 12ରୁ ଉର୍ଦ୍ଧ୍ବ ବୟସବର୍ଗଙ୍କୁ ଟିକା, ପ୍ରଥମ ପର୍ଯ୍ୟାୟରେ ସ୍କୁଲରୁ ହେବ ଟିକାକାରଣ

ଆସନ୍ତାକାଲି ଠାରୁ 12 ବର୍ଷରୁ ଉର୍ଦ୍ଧ୍ବ ବୟସବର୍ଗଙ୍କ ଟିକାକରଣ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେରେ ସ୍କୁଲରୁ ହେବ ଟିକାକାରଣ। ଯେଉଁମାନଙ୍କର 2010 ମାର୍ଚ୍ଚ 10 ପୂର୍ବରୁ ଜନ୍ମ ହୋଇଛନ୍ତି, ସେମାନଙ୍କୁ କୋଭିଡ ଟନକା ଦିଆଯିବ । ଏମାନଙ୍କୁ କର୍ଭିଭାକ୍ସ ଟିକା ଦିଆଯିବ । ଅଧିକ ପଢନ୍ତୁ

ଆସନ୍ତାକାଲି ଠାରୁ 12 ବର୍ଷରୁ ଉର୍ଦ୍ଧ୍ବ ବୟସବର୍ଗଙ୍କୁ ଟିକାକରଣ

author img

By

Published : Mar 15, 2022, 7:41 PM IST

ଭୁବନେଶ୍ବର: ଆସନ୍ତାକାଲି ଠାରୁ 12 ବର୍ଷରୁ ଉର୍ଦ୍ଧ୍ବ ବୟସବର୍ଗଙ୍କ ଟିକାକରଣ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେରେ ସ୍କୁଲରୁ ହେବ ଟିକାକାରଣ । ଯେଉଁମାନଙ୍କର 2010 ମାର୍ଚ୍ଚ 15 ପୂର୍ବରୁ ଜନ୍ମ ହୋଇଛନ୍ତି, ସେମାନଙ୍କୁ କୋଭିଡ ଟିକା ଦିଆଯିବ । ଏମାନଙ୍କୁ corbevax ଟିକା ଦିଆଯିବ । ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡିବ । ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ଟିକା ଦିଆଯିବ । ଏବେ କୋୱିନ ପୋର୍ଟାଲରେ ଏ ବର୍ଗଙ୍କ ଟିକାକରଣ ଲାଗି ପଞ୍ଜିକରଣ ସୁବିଧା ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ଟିକା ଦିଆଯିବ। ଏହା ସହିତ ସ୍କୁଲ ଗୁଡିକରେ ମଧ୍ୟ ଟିକା ଦିଆଯିବ । ଟିକାକରଣରେ ଶିକ୍ଷକମାନେ ସହଯୋଗ କରିବେ । ବିଶେଷ ଭାବରେ ପିଲାଙ୍କର ବୟସ ଯାଞ୍ଚ କରାଯିବ ।

ଆସନ୍ତାକାଲି ଠାରୁ 12 ବର୍ଷରୁ ଉର୍ଦ୍ଧ୍ବ ବୟସବର୍ଗଙ୍କୁ ଟିକାକରଣ

ସ୍କୁଲ ସମୟ ଅନୁସାରେ ଟିକାକରଣ କରିବାକୁ CDMO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହା CDMO ମାନେ ସେମାନଙ୍କ ଅଞ୍ଚଳରେ ଥିବା ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସହ ଯୋଗାଯୋଗରେ ରହି କିଭଳି ଭାବରେ ଟିକାକରଣ କରାଯିବ ସେନେଇ ପ୍ରସ୍ତୁତି କରିବେ । ଶିକ୍ଷା ବିଭାଗ, SC-ST ବିଭାଗ ସହ ସମନ୍ବୟ ରଖି ଟିକାକରଣ କରାଯିବ। ପରବର୍ତ୍ତୀ ସମୟରେ ପିଲାଙ୍କ ଟିକାକରଣ ଲାଗି ଡେଡିକେଟେଡ ସେଣ୍ଟର ଖୋଲାଯିବ। 28 ଦିନ ବ୍ୟବଧାନରେ ଦୁଇଟି ଡୋଜ ଟିକା ଦିଆଯିବ । ପୂର୍ବରୁ ଯେଉଁ ନିୟମାବଳୀ ଆଧାରରେ ଟିକାକରଣ ହେଉଥିଲା, ଏହି ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ ।

ଏବେ ରାଜ୍ୟରେ 15 ଲକ୍ଷ 47 ହଜାର corbevax ଟିକା ମହଜୁଦ ଅଛି । ସବୁ ଜିଲ୍ଲାକୁ ଟିକା ପଠାଯାଇଛି । କିଛି ଉପାନ୍ତ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାକୁ ଆଜି ରାତି ସୁଦ୍ଧା ଟିକା ପହଞ୍ଚଯିବ । ଟିକା ନେବାକୁ ରାଜ୍ୟରେ 12 ରୁ 14 ବୟସ ବର୍ଗର 15 ଲକ୍ଷ 21 ହଜାର ପିଲା ରହିଛନ୍ତି । ଏମାନଙ୍କ ଟିକାକରଣ ଲାଗି 3 ହଜାର ଟିକାଦାତା ଓ 3 ହଜାର ଭେରିଫାୟାର ଅଧିକାରୀ ନିୟୋଜିତ ହେବେ । ଏହା ସହ ବରିଷ୍ଠ ନାଗରିକ ମାନେ ବୁଷ୍ଟର ଡୋଜ ମଧ୍ୟ ନେଇ ପାରିବେ। 60+ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବ୍ୟକ୍ତି କୋଭିଡର ବୁଷ୍ଟାର ଡୋଜ ନେଇ ପାରିବେ। ପୂର୍ବରୁ କେବଳ କୋ-ମରବିଟ ରୋଗୀ ମାନଙ୍କୁ ଟିକାକରଣ କରାଯାଉଥିଲା। ଅନ୍ୟପଟେ ରାଜ୍ୟରେ ପ୍ରଥମ ଡୋଜ ନେଇଛନ୍ତି 95.5% ଓ ଦ୍ବିତୀୟ ଡୋଜ ନେଇଛନ୍ତି 83%। 15 ରୁ 18 ବର୍ଷ ଟିକାକରଣ ଚାଲୁ ରହିଛି। ଯେଉଁଥିରେ ପ୍ରଥମ ଡୋଜ 81% ଏବଂ ଦ୍ବିତୀୟ ଡୋଜ 61% ଟିକା ନେଲେଣି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.