ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହେବ ଟୀକାକରଣ ପ୍ରକ୍ରିୟା। ସମସ୍ତ ବ୍ଲକ ଓ ମୁନିସପାଲଟିରେ କ୍ୟାମ୍ପେନ ମୋଡ଼ରେ ହେବ ଟୀକାକରଣ। ରାଜ୍ୟକୁ କେନ୍ଦ୍ର ଯୋଗାଇଥିବା ଟିକା ଲୋକଙ୍କୁ ଦିଆଯିବ। ଏଥିପାଇଁ ପ୍ରତ୍ୟେକ ବ୍ଲକରେ 5 ଟି ସେସନ, ଏନଏସସି ରେ 5 ଟି ଲେଖାଏଁ ସେସନ, ପୌର ପରିଷଦରେ 10 ଟି ଓ ମହାନଗର ନିଗମରେ 20 ଟି ସେସନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଉଭୟ ଅନଲାଇନ ଓ ଅଫଲାଇନ ଟୀକାକରଣ ପାଇଁ ଜିଲ୍ଲା ସ୍ତରରେ ଯୋଜନା କରାଯିବ। ସଠିକ ସମୟରେ ଦ୍ବିତୀୟ ଡୋଜ ଦିଆଯିବା ଉପରେ ଗୁରୁତ୍ବ ମଧ୍ୟ ଦିଆଯିବ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ ଦେଇଛନ୍ତି ।
![ଆସନ୍ତାକାଲିଠୁ ରାଜ୍ୟରେ କ୍ୟାମ୍ପେନ ମୋଡ଼ରେ ଟୀକାକରଣ ଆରମ୍ଭ](https://etvbharatimages.akamaized.net/etvbharat/prod-images/img-20210620-wa00491624170625313-19_2006email_1624170637_288.jpg)
ଟୀକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇ କହିଛନ୍ତି ଯେ 2000 ଟିକା କେନ୍ଦ୍ରରେ ଟୀକାକରଣ କରାଯିବ । ବର୍ତ୍ତମାନ 10 ଲକ୍ଷ କୋଭିସିଲଡ଼ 4 ଲକ୍ଷ କୋଭାସ୍କଇନ ଟିକା ମହଜୁଦ ରହିଛି। ଉଭୟ 50 ପ୍ରତିଶତ ଅନଲାଇନ ଓ 50 ପ୍ରତିଶତ ଅନସ୍ପଟ ରେଜିଷ୍ଟ୍ରେସନ କରାଯିବ। ଯେଉଁଠି ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ସେମାନଙ୍କ ପାଖକୁ ଯାଇ ସଚେତନ କରାଯିବ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ