ETV Bharat / city

ସ୍କୁଲରେ କିଶୋରଙ୍କୁ ଟୀକାକରଣ - ଭୁବନେଶ୍ବର ଖବର

ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାରଣ ପ୍ରଦାନ ଆରମ୍ଭ ହୋଇଛି । ଏହି ପ୍ରରିପେକ୍ଷୀରେ କୋଭିଡ କଟକଣା ଅନୁଯାୟୀ ରଜଧାନୀରେ ବିଏମସି ଓ ସ୍କୁଲ ମିଳିତ ଉଦ୍ୟମରେ ସ୍କୁଲରେ ଟୀକାକରଣ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ସ୍କୁଲରେ ଆରମ୍ଭ ହେଲା ଟୀକାକରଣ
ସ୍କୁଲରେ ଆରମ୍ଭ ହେଲା ଟୀକାକରଣ
author img

By

Published : Jan 8, 2022, 10:04 PM IST

ଭୁବନେଶ୍ବର: ଦେଶରେ ଜାରି ରହିଛି କିଶୋରଙ୍କୁ ଟୀକାକରଣ । ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟୀକାରଣ ପ୍ରଦାନ ଆରମ୍ଭ ହୋଇଛି । ଏହି ପ୍ରରିପେକ୍ଷୀରେ କୋଭିଡ କଟକଣା ଅନୁଯାୟୀ ରଜଧାନୀରେ ବିଏମସି ଓ ସ୍କୁଲ ମିଳିତ ଉଦ୍ୟମରେ ସ୍କୁଲରେ ଟୀକାକରଣ ଆରମ୍ଭ ହୋଇଛି।

ସ୍କୁଲରେ କିଶୋରଙ୍କୁ ଟୀକାକରଣ

ଟୀକାକରଣ କେନ୍ଦ୍ରକୁ ନଯାଇ ମଧ୍ୟ ନିଜ ସ୍କୁଲରେ ଆସି ସୁବିଧାରେ ପିଲା ଟିକା ନେଉଛନ୍ତି । ଏନେଇ ବିଏମସି ପକ୍ଷରୁ ସମସ୍ତ ସୁବିଧା କରାଯାଇଛି। ଭୁବନେଶ୍ବରର ଏକ ଘରୋଇ ସ୍କୁଲରେ ଆରମ୍ଭ ହୋଇଛି ଟୀକାକରଣ। ଏହି ସ୍କୁଲରେ 15 ରୁ 18 ବୟସ ପିଲା ପାଖାପାଖି 400 ରହିଛନ୍ତି। ଆଜି (ଗୁରୁବାର) ପ୍ରଥମ ଦିନରେ 146 ପିଲା ଟିକା ନେଇଛନ୍ତି। ଅନ୍ୟ କେନ୍ଦ୍ରରେ ମଧ୍ୟ ଟିକା ନେଇଛନ୍ତି।

ସ୍କୁଲରେ ଟୀକାକରଣ ହେବାକୁ ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । ସାନିଟାଇଜ ସହ ସାମାଜିକ ଦୂରତା ରଖି ବସିବା ପାଇଁ ବ୍ୟବସ୍ଥା ହୋଇଛି । ସମସ୍ତ କାର୍ଯ୍ୟ ତଦାରଖ କରିବାକୁ ଶିକ୍ଷକମାନେ ଅଛନ୍ତି । ପିଲାଙ୍କୁ ସୁବିଧାରେ ଟିକା ଦେବା ପାଇଁ ସ୍କୁଲର ଏ ପଦକ୍ଷେପ ବାସ୍ତବରେ ସ୍ବାଗତଯୋଗ୍ୟ । ଏପରି ହେବା ଦ୍ବାରା ପିଲାଙ୍କର ମାନବଳ ବଢିଛି। ରାଜଧାନୀରେ 1125 ଟି ସ୍ବତନ୍ତ୍ର ଟୀକାକରଣ କେନ୍ଦ୍ରରେ ଟିକାଦାନ କାର୍ଯ୍ୟ ଚାଲୁ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.