ETV Bharat / city

ଲଞ୍ଚ ହେଲା ଉତ୍କଳିକା ୱେବ୍‌ସାଇଟ୍, ହାତ ପାଆନ୍ତାରେ ମିଳିବ ଓଡିଶାର ହସ୍ତତନ୍ତ ସାମଗ୍ରୀ - ଉତ୍କଳିକା ୱେବ୍‌ସାଇଟ୍ ଲୋକାର୍ପିତ

ଲଞ୍ଚ ହେଲା ଉତ୍କଳିକାର ନିଜସ୍ବ ୱେବସାଇଟ । www.utkalikaodisha.com ମାଧ୍ୟମରେ ଲଗ୍ ଇନ୍ କରି ପାଇପାରିବେ ଓଡିଶାର କୋଣ ଅନୁକୋଣରେ ଥିବା ହସ୍ତତନ୍ତ ସାମଗ୍ରୀ । ଅଧିକ ପଢନ୍ତୁ...

ଲଞ୍ଚ ହେଲା ଉତ୍କଳିକା ୱେବ୍‌ସାଇଟ୍, ହାତ ପାଆନ୍ତାରେ ମିଳିବ ଓଡିଶାର ହସ୍ତତନ୍ତ ସାମଗ୍ରୀ

author img

By

Published : Jun 5, 2021, 8:13 AM IST

ଭୁବନେଶ୍ବର: ଉତ୍କଳିକାର ନିଜସ୍ବ ୱେବ୍‌ସାଇଟ୍ ଲୋକାର୍ପିତ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ୱେବସାଇଟକୁ ଭିସି ଯୋଗେ ଲୋକାର୍ପିତ କରିଛନ୍ତି । www.utkalikaodisha.com ମାଧ୍ୟମରେ ଲଗ୍ ଇନ୍ କରି କିମ୍ବା ଗୁଗୁଲ ପ୍ଲେ ଷ୍ଟୋରରୁ ଉତ୍କଳିକା ଆପ୍ ଡାଉନ୍‌ଲୋଡ୍ କରି ପସନ୍ଦ ମୁତାବକ ହସ୍ତତନ୍ତ ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଅର୍ଡର କରିପାରିବେ ଗ୍ରାହକ ।

ଲଞ୍ଚ ହେଲା ଉତ୍କଳିକା ୱେବ୍‌ସାଇଟ୍, ହାତ ପାଆନ୍ତାରେ ମିଳିବ ଓଡିଶାର ହସ୍ତତନ୍ତ ସାମଗ୍ରୀ
ଲଞ୍ଚ ହେଲା ଉତ୍କଳିକା ୱେବ୍‌ସାଇଟ୍, ହାତ ପାଆନ୍ତାରେ ମିଳିବ ଓଡିଶାର ହସ୍ତତନ୍ତ ସାମଗ୍ରୀ

ବର୍ତ୍ତମାନ ସମ୍ବଲପୁରୀ ଶାଢୀ ସହିତ ପଟ୍ଟଚିତ୍ର, ଶାଢୀ, ରଘୁରାଜପୁର ପଟ୍ଟଚିତ୍ର, ଜନଜାତି ଅଳଙ୍କାର ଏବଂ ଓଡ଼ିଶା ଗହଣା ଇତ୍ୟାଦି ଏହି ୱେବସାଇଟରେ ଉପଲବ୍ଧ ହେବ । ନିକଟ ଭବିଷ୍ୟତରେ ବିଭିନ୍ନ ପ୍ରକାରର ଓଡ଼ିଶା କାରିଗରମାନଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସାମଗ୍ରୀ ଏହି ୱେବ୍‌ସାଇଟ୍‌ରେ ଉପଲବ୍ଧ କରାଯିବ ।

କୋଭିଡ୍ ପାଇଁ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି । ଏହି ଅବସରରେ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପକୁ ଆଧାର କରି ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀମାନ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । ଏଣୁ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଉତ୍କଳିକା ଅନ୍‌ଲାଇନ୍ ବ୍ୟବସାୟ ମାଧମରେ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ବିକ୍ରୟ କରିବାକୁ ମନସ୍ଥ କରାଯାଇଛି ।ଏହା ଦ୍ୱାରା ଉଭୟ ହସ୍ତଶିଳ୍ପୀ ଓ ଗ୍ରାହକମାନେ ଉପକୃତ ହେବେ । ଏଥିସହ ଉତ୍କଳିକାର ବ୍ୟବସାୟର ପୁନରୁଦ୍ଧାର ମାନ୍ଦାବସ୍ଥା ମୁକ୍ତିରେ ସହାୟକ ହେବ ବୋଲି ଆଶା କରାଯାଉଛି । ଅନ୍‌ଲାଇନ୍ ବ୍ୟବସାୟ ଦ୍ୱାରା ଘରେ ବସି ମଧ୍ୟ ଗ୍ରାହକମାନେ ଉତ୍ତମ ସେବା ପାଇପାରିବେ । ଉତ୍କଳିକା ମାଧ୍ୟମରେ ମଧ୍ୟ ଉତ୍ପାଦଗୁଡ଼ିକ ଆହୁରି ଅଧିକରୁ ଅଧିକ ଲୋକାଭିମୁଖୀ ହେବାର ସୁଯୋଗ ରହିବ ।

ଫିଡବ୍ୟାକ୍ ମାଧ୍ୟମରେ ମଧ୍ୟ ଉତ୍କଳିକା ଗ୍ରାହକମାନଙ୍କ ଚାହିଦା ମୁତାବକ ଉତ୍ପାଦଗୁଡ଼ିକର ଆହୁରି ଆଧୁନିକୀକରଣ ଓ ଯୁଗୋପଯୋଗୀ କରି ଆକର୍ଷଣୀୟ କରିବାର ସଂକଳ୍ପ ନେଇଛି । ଏହି ଲୋକାର୍ପଣ ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା, ଅତିରିକ୍ତ ଶାସନ ସଚିବ ସରୋଜ କୁମାର ପଟେଲ, ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ସନାତନ ନାୟକ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ସ୍ଵୟଂପ୍ରଭା ମୁଦୁଲି ଉପସ୍ଥିତ ଥିଲେ । ଉତ୍କଳିକାର ଶିଳ୍ପ ବିକାଶ ଅଧିକାରୀ ରଶ୍ମିରେଖା, ହସ୍ତଶିଳ୍ପ ବିକାଶ ଅଧିକାରୀ ପଦ୍ମିନୀ ମିଶ୍ର, ହସ୍ତଶିଳ୍ପ ବିକାଶ ଅଧିକାରୀ ପ୍ରୀତିଶ୍ କୁମାର ବେହେରାଙ୍କ ସମେତ ଉତ୍କଳିକାର କର୍ମଚାରୀମାନେ ମଧ୍ୟ ଏହି ଉତ୍ସବରେ ଭିସି ଯୋଗେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.