ETV Bharat / city

ବର୍ଷବର୍ଷ ଧରି ଅପଡେଟ ହେଉନି ସରକାରୀ ପୋର୍ଟାଲ, କେମିତି ଚାଲିଛି ଇ-ଗଭର୍ଣ୍ଣାସ - ସରକାରୀ ପୋର୍ଟାଲ

ସରକାରଙ୍କ ପୋର୍ଟାଲ ହେଉନାହିଁ ଅପଡ଼େଟ । ସଚିବ ବରେ ସଚିବ ଆସୁଛନ୍ତି ଯାଉଛନ୍ତି, କିନ୍ତୁ ପୋର୍ଟାଲରେ ଗଡୁଛି ପୂର୍ବ ସଚିବଙ୍କ ନାମ । ଫଳରେ ସାଧାରଣ ଲୋକଟିଓ ଠାରୁ ସାମ୍ବାଦିକ ତଥ୍ୟା ଜାମିବାରେ ସୃଷ୍ଟି ହେଉଛି ବାଧା । ଏହା ସ୍ପଷ୍ଟ ଏଠି କିପରି କାମ କରୁଛି ଇ-ଗଭର୍ଣ୍ଣାସ। ଅଧିକ ପଢନ୍ତୁ..

updatation-of-govt-portal
updatation-of-govt-portal
author img

By

Published : May 27, 2020, 4:34 PM IST

ଭୁବନେଶ୍ବର: ଶକ୍ତି ସଚିବ ନିକୁଞ୍ଜ ଧଳ ନିକଟରେ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ପଦରୁ ବଦଳି ହୋଇ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବରେ ନିଯୁକ୍ତି ପାଇଛନ୍ତି। ହେଲେ ସ୍ୱାସ୍ଥ୍ୟ ବିଭାଗର ୱେବ ସାଇଟରେ ପ୍ରଦତ୍ତ ତଥ୍ୟ ଅନୁସାରେ ସେ ଏବେ ବି ସ୍ୱାସ୍ଥ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ରାଜସ୍ବ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିବା ବିଷ୍ଣୁପଦ ସେଠୀ ଏବେ ବି ଶକ୍ତି ସଚିବ ବୋଲି ସରକାରୀ ପୋର୍ଟାଲରେ ଦର୍ଶା ଯାଇଛି। ଏ ତ ମାତ୍ର ଦୁଇଟି ଉଦାହରଣ ଏଠାରେ ଉଲ୍ଲେଖ କରୁଛୁ ବାସ୍ତବରେ ଏଭଳି ସଂଖ୍ୟା ଅନେକ। ସରକାରୀ ନିଷ୍ପତ୍ତି ଲୋକଙ୍କ ନିକଟରେ ପହଞ୍ଚିବ। ସିଙ୍ଗଲ କ୍ଲିକରେ ଲୋକେ ଜାଣିବେ କଣ କରୁଛନ୍ତି ସରକାର। ହେଲେ ତାହା ଏବେ କେବଳ ଭାଷଣରେ ସୀମିତ। ହାତଗଣତି 4ରୁ 5ଟି ବିଭାଗକୁ ବାଦ ଦେଲେ କୌଣସି ବିଭାଗ ତଥ୍ୟ ଦେବାକୁ ନାରାଜ।

ବର୍ଷ ବର୍ଷ ଧରି ଅପଡେଟ ହେଉନି ସରକାରୀ ପୋର୍ଟାଲ, କେମିତି ଚାଲିଛି ଇ ଗଭରନାନ୍ସ

ନିକଟରେ କୋରନା ସ୍ଥିତି ପାଇଁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶ ଛୁଆଁ ହୋଇଥିଲା। ସାମ୍ବାଦିକ ହିସାବରେ ବଜାର ଦର ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲୁ। ହେଲେ କୌଣସି ସ୍ଥାନରେ ଦୈନିକ ବଜାର ଦର ଖବର ନାହିଁ। ସରକାରୀ ପୋର୍ଟାଲ ଯୋଗାଣ ବିଭାଗ ତରଫରୁ ଏପ୍ରିଲ 2019ରେ ଶେଷ ଥର ପାଇଁ ଅପଡେଟ କରାଯାଇଛି। ପରବର୍ତ୍ତୀ ସମୟରେ କୌଣସି ତଥ୍ୟ ମିଳି ନାହିଁ। ସାଧାରଣ ଲୋକ ବଜାର ସ୍ଥିତି ଜାଣିବ କିପରି ? ନିକଟରେ କୋଭିଡ ଅପଡେଟ ଦେବାକୁ ସରକାର ଏକ ଡ଼ାଷବୋର୍ଡ କରିଛନ୍ତି। ହେଲେ ସେଥିରେ ତଥ୍ୟ ତାଳମେଳ ରହୁ ନାହିଁ। ଫଳରେ ଏହାକୁ ନେଇ ଅନେକ ସମାଲୋଚନା ଶିକାର ହୋଇଛନ୍ତି ସରକାର।

ଏ ହେଉଛି ଲୋକସେବା ଭବନର ଚିତ୍ର। ଜିଲ୍ଲା, ବ୍ଲକ, ପଞ୍ଚାୟତ କଥା ନକହିବା ଭଲ। କିଛି ମାସ ତଳେ ସରକାର 5ଟି ନାରା ଦେଇଥିଲେ। ସେଥିରୁ ଗୋଟିଏ ଟି ଟେକ୍ନୋଲୋଜି ପାଇଁ ଉଦ୍ଦିଷ୍ଟ ଥିଲା। ସବୁ କାମରେ ଟେକ୍ନୋଲୋଜି ବ୍ୟବହାର କରି ଲୋକଙ୍କ ନିକଟକୁ ସବୁ ତଥ୍ୟ ଦିଆଯିବ। ହେଲେ ତାହା ଯେମିତି ଏକ ପ୍ରହସନ ଥିବା ପରି ମନେ ହୁଏ। କାହିଁକି ନା ଯେଉଁଠି ସଚିବ ନିଜ ବିଭାଗର ପୋର୍ଟାଲ ଅପଡେଟ କରିପାରୁ ନାହାନ୍ତି । ସେତେବେଳେ ଅନ୍ୟ ଅଫିସକୁ ସେ କଣ ବା ତାଗିଦ କରିବେ ତାହା ବୁଝା ପଡୁଛି। ରାଜ୍ୟ ସରକାରଙ୍କ ଏକ ଆଇଟି ବିଭାଗ ରହିଛି। ହେଲେ ବିଭାଗ ଥାଇ ନଥିଲା ଭଳି। ଯେମିତି ସ୍ଥାଣୁ ପାଲଟିଛି ବିଭାଗ। ନାଙ୍କୁ ମାତ୍ର ମନ୍ତ୍ରୀ ଓ ସଚିବ ନିଯୁକ୍ତି ଦିଆଯାଇଛି। ହେଲେ ନିଷ୍କ୍ରିୟ ହୋଇ ପଡି ରହିଛି।

ଏନେଇ ଖୋଦ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଆମେ ଚେଷ୍ଟା କରୁଛୁ। ସବୁ ଅପଡେଟ କରିବା ନେଇ ବ୍ୟବସ୍ଥା ରହିଛି। ହେଲେ ଥାଅର୍ଡ6ପାର୍ଟି ଓ ଆଉଟ ସୋରସିଂ କମ୍ପାନୀ କାମ କରୁ ନାହାନ୍ତି। ଏଠି ପ୍ରଶ୍ନ ଉଠୁଛି କାମ କରେଇବା ଦାୟିତ୍ବ କାହାର ? ଆଇଟି ବିଶେଷଜ୍ଞ କହିଛନ୍ତି, ଏ ଘଟଣା ନୂଆ ନୁହେଁ, କେବେଠୁ ଏଭଳି ସ୍ଥିତି ଲାଗି ରହିଛି। ଦାୟିତ୍ୱବୋଧ ତାର ଅଭାବ ଯୋଗୁଁ ଏଭଳି ହେଉଛି। ସରକାର ତଥ୍ୟ ଦେବାକୁ ଡରୁଛନ୍ତି। ଏନେଇ ଦଣ୍ଡ ବିଧାନ କରାଯାଉ ବୋଲି କହିଛନ୍ତି ବିଶେଷଜ୍ଞ ଆର ଏନ ବେହେରା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.