ETV Bharat / city

ଦଶହରାରେ ମୁକ୍ତିଲାଭ କରିବ ‘ଗାଁର ନାଁ ଗାଲୁଆପୁର’

ଦଶହରାରେ ତଥା ଅକ୍ଟୋବର ୧୫ରେ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର’। ଓଡ଼ିଶାର ଏକ ଅଜବ ଗାଁର ଗଜବ କାହାଣୀକୁ ନେଇ ସିନେମାଟି ତିଆରି ହୋଇଥିବା ବେଳେ ପରିବର୍ତ୍ତନ ସମାଜର ଏକ ଝଲକ ଏଥିରେ ଦେଖିବାକୁ ମିଳିବ । ଅଧିକ ପଢନ୍ତୁ...

ଦଶହରାରେ ପରଦାକୁ ଆସିବ ‘ଗାଁର ନା ଗାଲୁଆପୁର’
ଦଶହରାରେ ପରଦାକୁ ଆସିବ ‘ଗାଁର ନା ଗାଲୁଆପୁର’
author img

By

Published : Oct 9, 2021, 12:13 PM IST

ଭୁବନେଶ୍ବର: ଦଶହରାରେ ତଥା ଅକ୍ଟୋବର ୧୫ରେ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର’। ଓଡ଼ିଶାର ଏକ ଅଜବ ଗାଁର ଗଜବ କାହାଣୀକୁ ନେଇ ସିନେମାଟି ତିଆରି ହୋଇଥିବା ବେଳେ ପରିବର୍ତ୍ତନ ସମାଜର ଏକ ଝଲକ ଏଥିରେ ଦେଖିବାକୁ ମିଳିବ। ସାମାଜିକ ବାର୍ତ୍ତାକୁ ନେଇ ସିନେମାଟି ୧୫ଟି ହଲରେ ରିଲିଜ ହେବ । କମେଡି ଥିମ୍ ଉପରେ ଆଧାରିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ହାସ୍ୟ ଅଭିନେତା ପପୁ ପମପମ ରହିଥିବା ବେଳେ ଅପୋଜିଟ୍‌ରେ ଡେବ୍ୟୁ କରିଛନ୍ତି ନବାଗତା ମନୀଷା ମହାପାତ୍ର ।

ଦଶହରାରେ ପରଦାକୁ ଆସିବ ‘ଗାଁର ନା ଗାଲୁଆପୁର’

ସେହିଭଳି ଅନ୍ୟ ପ୍ରମୁଖ ଭୂମିକାରେ ମିହିର ଦାସ, କୁନା ତ୍ରିପାଠୀ, ଅନ୍ତର୍ଯ୍ୟାମୀ ପଣ୍ଡା ଓ ସୁଜିତ ମଧ୍ୟ ନଜର ଆସିବେ । ଜିତେନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ସିନେମାଟି ପ୍ରସ୍ତୁତ ହୋଇଛି, ଯେଉଁଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ବର୍ଗତ ଅମରେନ୍ଦ୍ର ମହାନ୍ତି । ଏପଟେ ପ୍ରଯୋଜନା ଦେଇଛନ୍ତି ସଂପ୍ରିତ ସ୍ବରୂପ ଶତପଥୀ । ତେବେ ସମ୍ପୂର୍ଣ୍ଣ କାହାଣୀ କଥାବସ୍ତୁ ଲାକଙ୍କୁ ଭଲ ଲାଗିବ ବୋଲି କହିଛନ୍ତି ଅଭିନେତା ପପୁ ।

ଭୁବନେଶ୍ବରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.