ETV Bharat / city

ମିଶନ ଶକ୍ତିକୁ ଯିବ ଅବ୍ୟବହୃତ ସରକାରୀ ସମ୍ପତ୍ତି - unused government property will used by mission shakti

ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତରେ ପଡି ରହିଛି ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି । ଯାହା କୌଣସି କାର୍ଯ୍ୟରେ ଲାଗୁନି କିମ୍ବା ଜନସାଧାରଣ ଉପକୃତ ହେଉନାହାନ୍ତି । ଏହାକୁ ବ୍ୟବହାର କରିବେ ମିଶନ ଶକ୍ତି ମହାସଂଘ । ଅଧିକ ପଢନ୍ତୁ...

ମିଶନ ଶକ୍ତିକୁ ଯିବ ଅବ୍ୟବହୃତ ସରକାରୀ ସମ୍ପତ୍ତି

author img

By

Published : Apr 8, 2021, 9:51 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତରେ ପଡି ରହିଛି ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି । ଯାହା କୌଣସି କାର୍ଯ୍ୟରେ ଲାଗୁନି କିମ୍ବା ଜନସାଧାରଣ ଉପକୃତ ହେଉନାହାନ୍ତି । ଏହାକୁ ବ୍ୟବହାର କରିବେ ମିଶନ ଶକ୍ତି ମହାସଂଘ ।

ଆସନ୍ତା ଦୁଇ ମାସ ମଧ୍ୟରେ ମିଶନ ଶକ୍ତି ମହାସଂଘମାନଙ୍କୁ ଏହି ସମ୍ପତ୍ତି ହସ୍ତାନ୍ତର କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାମାନଙ୍କରେ ରହିଛି ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି ।

ସରକାରୀ କୋଠା, ଦୋକାନ ଘର, ଗଡ଼ିଆ, ପୋଖରୀ ଅବ୍ୟବହୃତ ହୋଇପଡିରହିଛି । ଏଗୁଡିକୁ ସମ୍ପୃକ୍ତ ଜିଲ୍ଲା, ବ୍ଳକ ଓ ପଞ୍ଚାୟତରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଯିବ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ଏହାକୁ ସାମାଜିକ ଓ ଆର୍ଥିକ ବିକାଶରେ ଲଗାଇ ପାରିବେ । ସାଧାରଣ ଲୋକ ଉପକାର ପାଇବେ । ମିଶନ ଶକ୍ତିର ମା'ମାନେ ତାକୁ ଆର୍ଥିକ କାର୍ଯ୍ୟରେ ଲଗାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମହିଳାମାନଙ୍କ ସଶକ୍ତିକରଣ ସବୁବେଳେ ରାଜ୍ୟ ସରକାରର ପ୍ରାଥମିକତା ରହିଆସିଛି । ମିଶନ ଶକ୍ତି ଆଜି ପରିବର୍ତ୍ତନର କର୍ଣ୍ଣଧାର ହୋଇଛି । ମା' ମାନଙ୍କର ଏହି ନିରବ ଆନ୍ଦୋଳନକୁ ଆହୁରି ମଜବୁତ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାର ମିଶନ ଶକ୍ତିକୁ ଏକ ସ୍ବତନ୍ତ୍ର ବିଭାଗର ମାନ୍ୟତା ଦେଇଛନ୍ତି । 70 ଲକ୍ଷ ମା'ମାନଙ୍କୁ ସଶକ୍ତ କରିବାରେ ଆହୁରି ଦକ୍ଷତାର ସହ ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.