ଭୁବନେଶ୍ବର: ଟ୍ରେନ ପଟ୍ରିରେ ଦୁଇ ଖଣ୍ଡ ହେଲା ଶରୀର । ଶରୀରରୁ ଅଲଗା ହେଲା ମୁଣ୍ଡ । ରେଳ ପଟ୍ରିରେ ଶରୀରଟି ପଡିଥିବାବେଳେ 5 ଫୁଟ ଦୂରରେ ପଡିଛି ମୁଣ୍ଡ । ଭୁବନେଶ୍ବର ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଏଭଳି ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।
ସେପଟେ ରେଳ ଲାଇନରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛି । ଘଟଣାଟି କେଉଁ ସମୟରେ ଘଟିଥିବାବେଳେ ସ୍ପଷ୍ଟ ନଥିବାବେଳେ ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳର ବୋଲି ଜିଆରପି ପୋଲିସ କହିଛି ।
ଅନ୍ୟପଟେ, ଯେଉଁ ଭଳି ମୃତଦେହ ପଡିଥିଲା ତାକୁ ନେଇ ପୋଲିସ ଆତ୍ମହତ୍ୟା ସନ୍ଦେହ କରୁଛି । ତେବେ ଯୁବକ ଜଣକ କିଏ ଓ କାହିଁକି ପଦକ୍ଷେପ ନେଲେ ସେନେଇ ପୋଲିସ ତଦନ୍ତ କରୁଛି ।
ସୂଚନାଯୋଗ୍ୟ, ଲିଙ୍ଗରାଜର ଏହି ଷ୍ଟେସନରୁ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଡେଡଲି ଡେଥ ଜୋନ ଭାବେ ଏହି ଷ୍ଟେସନ ଚର୍ଚ୍ଚା ହେଉଛି । ଅନେକ ସମୟରେ ଏଠାରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ