ଭୁବନେଶ୍ବର: ଆସନ୍ତାକାଲି (ରବିବାର) ଠାରୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଆଦିବାସୀ ଜନଜାତି ମନ୍ତ୍ରୀ ଅର୍ଜୁନ ମୁଣ୍ଡା (Union Tribal Affairs Minister Arjun Munda)।
କେନ୍ଦ୍ର ଆଦିବାସୀ ଜନଜାତି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆସନ୍ତାକାଲି (ରବିବାର) ଆକାଂକ୍ଷା ଜିଲ୍ଲା କଳାହାଣ୍ଡି ଗସ୍ତ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ବୁଲି ଦେଖିବେ । ଏହାସହ ହିତାଧିକାରୀଙ୍କ ସହ ଆଲୋଚନା କରିବେ ।
ପରେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀଙ୍କ ସହ ସମୀକ୍ଷା ବୈଠକ କରିବେ ।