ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ବଳ କଷିଲେ ବିଜେପି କଂଗ୍ରେସ । ଉଭୟ ଦଳ ନିଜ ନିଜ ପ୍ରାର୍ଥୀଙ୍କ ବିଜୟ ପାଇଁ ମୈଦାନରେ ଓହ୍ଲାଇ ସାରିଛନ୍ତି ।
ଏନେଇ ଆଜି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଧାମନଗର ବିଜୟ ପାଇଁ ବିଜେପି ପୁରା ପ୍ରସ୍ତୁତ ହୋଇଛି । ନିର୍ବାଚନ ପରିଚାଳନା ପାଇଁ ଦଳର 3 ଣ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦିଆଯାଇଛି । ଗୋଲକ ମହାପାତ୍ର, ମନମୋହନ ସାମଲ ଓ କାଳିନ୍ଦୀ ସାମଲ ଦାୟିତ୍ବରେ ଅଛନ୍ତି । ଏହାସହ ଉତ୍ତର ଓଡିଶାର କିଛି ନେତା, ବିଧାୟକ ମାନେ ମଧ୍ୟ ଧାମନଗର ଯାଇ ପ୍ରଚାର କରିବେ । ଓଡିଶାର କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ପ୍ରଚାର ପାଇଁ ଆସିବାର ସମ୍ଭାବନା ରହିଛି । ସେହିଭଳି ଆବଶ୍ୟକ ହେଲେ ଅନ୍ୟ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ଆସିପାରନ୍ତି ବୋଲି ପୃଥ୍ବୀରାଜ କହିଛନ୍ତି ।
ସେହିପରି କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ କହିଛନ୍ତି ଆମ ଦଳ ପ୍ରାର୍ଥୀ ଘୋଷଣା କରିସାରିଛି । ନିର୍ବାଚନ ଲଢେଇ ପାଇଁ ପୁରା ରଣନୀତି ପ୍ରସ୍ତୁତି ହୋଇଛି । ପଞ୍ଚାୟତ, ୱାର୍ଡ ସ୍ତରକୁ କିଭଳି ଯାଇ କର୍ମୀ ମାନେ ଲଢିବେ ସେନେଇ ଆଲୋଚନା ହୋଇଛି । ଭୋଟ ହାର ବୃଦ୍ଧି ସହ କିଭଳି ଦଳ ବିଜୟୀ ହେବ ସେନେଇ ଲଢିବ ବୋଲି ଦେବଶିଷ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର