ନୂଆଦିଲ୍ଲୀ: ୟେସ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ 545 କୋଟି ଜମା ରଖିବା ପ୍ରସଙ୍ଗରେ ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଛନ୍ତି ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।
ଅର୍ଥମନ୍ତ୍ରୀଙ୍କୁ ସାକ୍ଷାତ କରି ପ୍ରତାପ କହିଛନ୍ତି କୋଟି କୋଟି ଓଡିଆଙ୍କ ଭାବାବେଗ ସହ ଜଡିତ ଶ୍ରୀମନ୍ଦିର ଓ ଜଗନ୍ନାଥ । ପ୍ରଭୁ ଜଗନ୍ନାଥଙ୍କ ଟଙ୍କାକୁ ନେଇ ଏବେ ସାରା ଓଡିଆ ଓ ଭକ୍ତ ସମାଜ ମନରେ ଆଶା ଆଶଙ୍କା ପ୍ରକାଶ ପାଇଛି । ତେଣୁ ଜଗନ୍ନାଥଙ୍କ ଟଙ୍କା କିଭଳି ତୁରନ୍ତ ଫେରିବ ସେନେଇ ପଦକ୍ଷେପ ନେବାକୁ ପ୍ରତାପ ଷଡଙ୍ଗୀ ଦାବି ଜଣାଇଛନ୍ତି ।
ଅର୍ଥମନ୍ତ୍ରୀ ମଧ୍ୟ ପ୍ରତାପ ଷଡଙ୍ଗୀଙ୍କୁ ଆଶ୍ବାସନା ଦେଇ କହିଛନ୍ତି ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ ଅଛି । ଜଗନ୍ନାଥଙ୍କ ଟଙ୍କା ଫେରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ