ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସେ ଆସନ୍ତାକାଲି ନାଲକୋର ପ୍ରତିଷ୍ଠା ଦିବସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେ ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଓଡିଶା ଏକ ଖଣିଜ ସମ୍ପଦ ରାଜ୍ୟ। କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ଯାହା ବି ଦାବି ରଖିଥିଲା ତାହା ନରେନ୍ଦ୍ର ମୋଦିଙ୍କର ନେତୃତ୍ବରେ ଧିରେ ଧିରେ ସଫଳ ହେବାରେ ଲାଗିଛି ।
ସେହିପରି ସେ ଖଣିଜ ଉତ୍ପାଦନ, ବିଶେଷକରି କେନ୍ଦ୍ରରୁ ମିଳୁଥିବା ସହାୟତା ପାଣ୍ଠିକୁ ସଫଳ ଉପଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଆସନ୍ତାକାଲି ଅନୁଗୋଳରେ ହେବାକୁ ଥିବା ନାଲକୋର ପ୍ରତିଷ୍ଠା ଦିବସରେ ଅତିଥି ଭାବେ ଯୋଗ ଦେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ