ETV Bharat / city

ସୀମା ବିବାଦ ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର - Andhra Chief Minister

କୋଟିଆ ସୀମା ବିବାଦ ପ୍ରସଙ୍ଗରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦେଲେ ୪ ଟି ପ୍ରସ୍ତାବ । ଅଧିକ ପଢନ୍ତୁ...

Union Minister Dharmendra Pradhan
Union Minister Dharmendra Pradhan
author img

By

Published : Sep 22, 2021, 4:59 PM IST

Updated : Sep 22, 2021, 5:06 PM IST

ଭୁବନେଶ୍ବର: କୋଟିଆ ସୀମା ବିବାଦ ପ୍ରସଙ୍ଗରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଚିଠି ଲେଖି ଦେଲେ ୪ ଟି ପ୍ରସ୍ତାବ ।

PHOTO
କୋଟିଆ ସୀମା ବିବାଦ ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଉଭୟ ରାଜ୍ୟର ହିତ ପାଇଁ ବିବାଦର ହେଉ ଶାନ୍ତିପୂର୍ଣ୍ଣ ସମାଧାନ । ବିବାଦୀୟ ଅଞ୍ଚଳରେ ବର୍ତ୍ତମାନ କୌଣସି ନିର୍ମାଣ କାମ କରାନଯାଉ । କୋରାପୁଟ ଓ ଗଜପତି ଲୋକଙ୍କ ହିତ ପାଇଁ ଶାନ୍ତିପୂର୍ଣ୍ଣ ସମାଧାନ ଜରୁରୀ । ଏହାବାଦ ଯୁଗ୍ମ କମିଟି ଗଠନ କରିବାକୁ ଦେଲେ ପ୍ରସ୍ତାବ ।

ସେହିପରି ଓଡିଆ ଲୋକଙ୍କ ସ୍ବାର୍ଥ ସହ ସାଲିସ ନକରିବା ପାଇଁ କଲେ ଅନୁରୋଧ । ସରକାରୀ ଅଧିକାରୀ , ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ଦାବି । ସୀମାଞ୍ଚଳ ଗ୍ରାମ ଗୁଡିକରେ ସଶସ୍ତ୍ର ସୁରକ୍ଷା ବଳ ମୁତୟନକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ।

ଏହାସହ ବିବାଦର ସମାଧାନ ପାଇଁ ସେ ସମସ୍ତ ପ୍ରକାର ସହାୟତା ଓ ସମର୍ଥନ କରିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Sep 22, 2021, 5:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.