ETV Bharat / city

ବିର୍ସା ମୁଣ୍ଡାଙ୍କ ସଂଘର୍ଷ ନେଇ ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Apr 5, 2022, 10:49 PM IST

ମହାନ ଜନଜାତି ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ନେଇ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ବିର୍ସା ମୁଣ୍ଡାଙ୍କ ସଂଘର୍ଶକୁ ନେଇ ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ମହାନ ଜନଜାତି ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ନେଇ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛତିଶଗଡ଼ ବିଳାସପୁରସ୍ଥିତ ଗୁରୁ ଘାସିଦାସ ବିଶ୍ବବିଦ୍ୟାଳୟରେ "ବିର୍ସା ମୁଣ୍ଡା-ଜନଜାତୀୟ ନାୟକ" ପୁସ୍ତକ ଉନ୍ମୋଚିତ ହୋଇଛି । ଏହି ପୁସ୍ତକକୁ ଗୁରୁ ଘାସିଦାସ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଆଲୋକ ଚକ୍ରବାଲ ରଚନା କରିଛନ୍ତି । ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଶିକ୍ଷାରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ମଧ୍ୟ ଉପସ୍ଥିତ ଥିଲେ । ଏହି ପୁସ୍ତକ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ।

ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ସଂଘର୍ଶ ଓ ସ୍ବାଧୀନତା ଆନ୍ଦୋଳନରେ ବନବାସୀଙ୍କ ଯୋଗଦାନ ବଖାଣିବାକୁ ଏହି ପୁସ୍ତକ ଏକ ବ୍ୟାପକ ପ୍ରୟାସ । ଜନଜାତି ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ସଂଘର୍ଷ ଲୋକଲୋଚନ ଆଣିବାକୁ ଏହି ପ୍ରୟାସ ପାଇଁ କୁଳପତି ପ୍ରଫେସର ଆଲୋକ ଚକ୍ରବାଲଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.