ETV Bharat / city

ଅଜିତଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳୀ

author img

By

Published : Sep 13, 2020, 4:51 PM IST

Updated : Sep 13, 2020, 7:48 PM IST

ଓଡିଆ ଚଳଚିତ୍ର ଜଗତର ବିଶିଷ୍ଟ ଅଭିନେତା ଅଜିତ ଦାସଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବିଶିଷ୍ଟ ନେତା । ଅଧିକ ପଢନ୍ତୁ...

ବର୍ଷୀୟାନ ଅଭିନେତା ଅଜିତ ଦାସଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ବର: ଓଡିଆ ଚଳଚିତ୍ର ଜଗତର ବିଶିଷ୍ଟ ଅଭିନେତା ଅଜିତ ଦାସଙ୍କ ପରଲୋକ । ଅଭିନେତାଙ୍କ ଦେହାନ୍ତରେ ଓଲିଉଡ ଜଗତରେ ଖେଳିଯାଇଛି ଶୋକର ଛାୟା । ଅଜିତ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ଅଜିତ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଓ ମଞ୍ଚ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।

ଅଜିତଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳୀ
ଅଜିତଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅଭିନେତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ଟ୍ବିଟ କରି ଧର୍ମେନ୍ଦ୍ର ଲେଖିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା ଅଜିତ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବରେ ମର୍ମାହତ । ତାଙ୍କ ମୃତ୍ୟୁରେ ଓଡ଼ିଶା ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । ଦୀର୍ଘ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକଙ୍କୁ ନିଜ କଳାର ଯାଦୁରେ ବାନ୍ଧି ରଖିପାରିଥିଲେ । ତେବେ ଅଜିତଙ୍କ ଆତ୍ମାର ସଦଗତି କାମା କରି ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକଟ କରିଛନ୍ତି ଧର୍ମେନ୍ଦ୍ର ।

ଅଜିତଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳୀ
ଅଜିତଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳୀ

ସେହିପରି କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଟ୍ବିଟ କରି ଲେଖିଛନ୍ତି, ବର୍ଷୀୟାନ ଅଭିନେତା ଶ୍ରୀ ଅଜିତ ଦାସଙ୍କ ଦେହାନ୍ତ ଓଡିଶା ପାଇଁ ଏକ ବଡ କ୍ଷତି। ସେ ଅନେକ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଉତ୍କଳ ସଂଗୀତ ମହାବିଦ୍ୟାଲୟାରେ ଡ୍ରାମା ବିଭାଗର ପୂର୍ବତନ ଅଧ୍ୟକ୍ଷ ଥିଲେ। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ।

ଅଜିତଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳୀ
ଅଜିତଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳୀ

ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଦିବଙ୍ଗତ ଅଭିନେତା ଅଜିତ ଦାସଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ଅଜିତଙ୍କ ବିୟୋଗରେ ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଥିବା ସହ ଏହା ଏକ ଅପୂରଣୀୟ କ୍ଷତି ବୋଲି ଟ୍ବିଟ କରି ଲେଖିଛନ୍ତି ବୈଜୟନ୍ତ । ଏହା ସହ ସେ ଅଭିନେତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକଟ କରିଛନ୍ତି ।

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚ ନେତ୍ରୀ ପ୍ରଭାତୀ ପରିଡା ଟ୍ବିଟ କରି ଲେଖିଛନ୍ତି ବର୍ଷିୟାନ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ। ତାଙ୍କ ଅକାଳରେ ବିୟୋଗ ଓଡିଶା ଚଳଚ୍ଚିତ୍ର ଜଗତର ପାଇଁ ଅପୁରଣୀୟ କ୍ଷତି। ଦୀର୍ଘ ଦଶନ୍ଧି ଧରି ସେ ତାଙ୍କ କଳାର ଯାଦୁରେ ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କୁ ବାନ୍ଧି ରଖିପାରିଥିଲେ।

ଅଜିତଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳୀ
ଅଜିତଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳୀ

କେବଳ ରାଜନେତା ନୁହେଁ, ସିନେ ଜଗତର ଅନେକ କଳାକାର ଅଜିତ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅଭିନେତା ସବ୍ୟସାଚୀ ମିଶ୍ର ଟ୍ବିଟ କରି ଲେଖିଛନ୍ତି ଓଡିଆ ସିନେମାର ଆଉ ଜଣେ ଗୁରୁଜନଙ୍କୁ ହରାଇଛୁ । ସେହିପରି ଭେଟେରାନ ଅଭିନେତା ଅଜିତ ଦାସଙ୍କ ଦେହାନ୍ତ ଖବର ଶୁଣି ଗଭୀର ଶୋକ ପ୍ରକାଶ କରିଛନ୍ତି ଓଲିଉଡ ନାୟିକା ବର୍ଷା ପ୍ରିୟଦର୍ଶନୀ ।

ଅଜିତଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳୀ
ଅଜିତଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳୀ
ଅଜିତଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳୀ
ଅଜିତଙ୍କ ବିୟୋଗରେ ଅଶୃଳ ଶ୍ରଦ୍ଧାଞ୍ଜଳୀ

ଅଜିତ ଦାସ ଜଣେ ଓଡ଼ିଆ ନାଟ୍ୟକାର, ମଞ୍ଚ ଅଭିନେତା ଏବଂ ନାଟ୍ୟଗୁରୁ ଥିଲେ । ସେ ମଞ୍ଚ ଅଭିନୟ ଶିକ୍ଷାନୁଷ୍ଠାନ ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟରର ପ୍ରତିଷ୍ଠାତା ଥିଲେ ।

ଅଜିତ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଜନ୍ମଗ୍ରହଣ କରିଥିଲେ । ସେ ଛୋଟବେଳୁ ନାଟକ ସହିତ ଜଡିତ । ତାଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ ଓ ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଟିମ ଥିଲା । ସେଠାରେ ନାଟକ ଦେଖୁ ଦେଖୁ ସେ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ।

ଅଜିତ ଦାସ ୧୯୭୬ ମସିହାରେ ନିର୍ମିତ ସିନ୍ଦୂର ବିନ୍ଦୁରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।

Last Updated : Sep 13, 2020, 7:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.