ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଉ ରାଜ୍ୟ - mahendragiri issue

ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଉ ରାଜ୍ୟ

author img

By

Published : Sep 5, 2020, 10:27 AM IST

ଭୁବନେଶ୍ବର:ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଭାରତ ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନାର ରାମାୟଣ ସର୍କିଟ୍ ଅଧୀନରେ ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଲେ ଧର୍ମେନ୍ଦ୍ର ।

ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟକୁ ସହଯୋଗ କରିବା ସହ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଏଥିପାଇଁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଚିଠି ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଉ ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଉ ରାଜ୍ୟ

ପୂର୍ବରୁ ସ୍ବଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧୀନରେ ମହେନ୍ଦ୍ରଗିରିର ବିକାଶ ପାଇଁ ପ୍ରସ୍ତାବ ଦେବା ପାଇଁ ଓଡିଶା ସରକାରଙ୍କୁ ଅନୁରୋଧ କରାଯାଇଥିଲା । ମାତ୍ର ରାଜ୍ୟ ସରକାର ଏପର୍ଯ୍ୟନ୍ତ ବିଭାଗୀୟ ମନ୍ତ୍ରଣାଳୟକୁ ଏହି ପ୍ରସ୍ତାବ ପଠାଇନଥିବା ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।

ସେହିପରି ଭାରତ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ ସ୍ବଦେଶ ଦର୍ଶନ ଯୋଜନାରେ ପର୍ଯ୍ୟଟନ ସୁବିଧାକୁ ବିକଶିତ କରିବା ପାଇଁ ଓଡିଶାର ବିଭିନ୍ନ ସ୍ଥାନକୁ ଚିହ୍ନଟ କରିଛି । ଓଡିଶାରେ ଥିବା ପର୍ଯ୍ୟଟନସ୍ଥଳୀ ଯଥା ରାମାୟଣ ସର୍କିଟ ଅଧିନରେ ମହେନ୍ଦ୍ରଗିରି, କ୍ରୀଷ୍ଣା ସର୍କିଟ ଅଧିନରେ ପୁରୀ ଏବଂ ଉପକୂଳ ସର୍କିଟ ଅଧୀନରେ ଗୋପାଳପୁର, ବରକୁଳ, ସାତପଡା ଓ ଟମ୍ପପଡା ଭଳି ସ୍ଥାନକୁ ଚିହ୍ନଟ କରାଯାଇଛି ।

2016-17 ଆର୍ଥିକ ବର୍ଷରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ ସ୍ବଦେଶ ଦର୍ଶନ ଯୋଜନାରେ ଉପକୂଳ ସର୍କିଟ ଅଧୀନରେ ଗୋପାଳପୁର, ବରକୁଳ, ସାତପଡା ଓ ଟମ୍ପପଡାର ବିକାଶ ପାଇଁ 70.82 କୋଟି ଟଙ୍କା ମଞ୍ଜୁର କରିଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି ।

ଏହାସହ ମହେନ୍ଦ୍ରଗିରି ପୂର୍ବଘାଟରେ ଅବସ୍ଥିତ ଏବଂ ଏହା ମହେନ୍ଦ୍ରଗିରି ପର୍ବତ ଭାବରେ ରାମାୟଣର କଥାବସ୍ତୁ ସହ ଜଡିତ । କୁହାଯାଏ ଯେତେବେଳେ ଭଗବାନ ରାମ ଭଗବାନ ଶିବଙ୍କ ଧନୁକୁ ଭାଙ୍ଗିଥିଲେ ପର୍ଶୁରାମ ମହେନ୍ଦ୍ରଗିରି ପର୍ବତ ଉପରେ ତପସ୍ୟା କରୁଥିଲେ । ମହେନ୍ଦ୍ରଗିରିରେ ଧାର୍ମିକ ଗୁରୁତ୍ବ ଥିବା ହେତୁ ଏଠାରେ ସାମାଜିକ-ସାଂସ୍କୃତିକ ପର୍ଯ୍ୟଟନର ବିକାଶ ପାଇଁ ଅନେକ ସମ୍ଭାବନା ରହିଛି । ମହେନ୍ଦ୍ରଗିରିରେ ପର୍ଯ୍ୟଟନ ସ୍ଥୀଳର ବିକାଶ ହେଲେ ସ୍ଥାନୀୟ ଅଞ୍ଚଳରେ ଅଧିକ ନିଯୁକ୍ତି ସୃଷ୍ଟି ହେବ ଏବଂ ଅର୍ଥନୈତିକ ବିକାଶ ମଧ୍ୟ ତ୍ବରାନ୍ବିତ ହେବ ବୋଲି ସେ କହିଛନ୍ତି ।

ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ସହଯୋଗ କରିବା ସହ ସ୍ବଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧିନରେ ମହେନ୍ଦ୍ରଗିରିର ଉନ୍ନତି ପାଇଁ ନିର୍ଦ୍ଦିଷ୍ଟ ବିଭାଗକୁ ପ୍ରସ୍ତାବ ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.