ETV Bharat / city

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ, BMC କମିଶନରଙ୍କ ସହ ଆଲୋଚନା ପରେ ବାହାରିବ ନିଷ୍କର୍ଷ

author img

By

Published : Jan 5, 2022, 3:25 PM IST

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ପ୍ରସଙ୍ଗରେ BMC ଅଧିକାରୀଙ୍କ ସହ ସଙ୍ଘର ବୈଠକ ପରେ ମଧ୍ୟ ବାହାରିପାରିଲାନି ନିଷ୍କର୍ଷ । କମିଶନରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ କହିଲେ ଅତିରିକ୍ତ କମିଶନର । ଅଧିକ ପଢନ୍ତୁ

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ, BMC କମିଶନରଙ୍କ ସହ ଆଲୋଚନା ପରେ ବାହାରିବ ନିଷ୍କର୍ଷ
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ, BMC କମିଶନରଙ୍କ ସହ ଆଲୋଚନା ପରେ ବାହାରିବ ନିଷ୍କର୍ଷ

ଭୁବନେଶ୍ବର: ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଓ ଉଠାଦୋକାନୀଙ୍କ ମଧ୍ୟରେ ବିବାଦ ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିଲା ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂ । BMC ଅଧିକାରୀଙ୍କ ସହ ସଙ୍ଘର ବୈଠକ ପରେ ମଧ୍ୟ ବାହାରିପାରିଲାନି ନିଷ୍କର୍ଷ । କମିଶନରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ କହିଲେ ଅତିରିକ୍ତ କମିଶନର । ଏଠାରୁ ଉଠାଦୋକାନୀଙ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ପକ୍ଷରୁ ଗତକାଲି(ମଙ୍ଗଳବାର) ଠାରୁ ବନ୍ଦ କରାଯାଇଛି ।

ଦିନକୁ ଦିନ ମାର୍କେଟ ବିଲ୍ଡିଂରେ ଉଠାଦୋକାନୀଙ୍କ ସଂଖ୍ୟା ବୃଦ୍ଧି ପାଇ ବର୍ତ୍ତମାନ 5 ଶହ ଟପି ସାରିଛି । କେବଳ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇନାହିଁ ବରଂ ଉଠାଦୋକାନୀଙ୍କ ଦୌରାତ୍ମ୍ୟ ମଧ୍ୟ ବୃଦ୍ଧି ପାଇଥିବା ଅଭିଯୋଗ କରିଛନ୍ତି । ପାର୍କିଂ ସହିତ ରାସ୍ତା କବଜା କରି ଦୋକାନ ଖୋଲିଛନ୍ତି ଉଠାଦୋକାନୀ । ଏହି ବିବାଦ ଦୀର୍ଘବର୍ଷ ଧରି ଲାଗି ରହିଥିବାବେଳେ ଏବେ ଉଗ୍ର ରୂପ ଧାରଣ କରିଛି । ମାର୍କେଟ ବିଲ୍ଡିଂର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ବିନିଯୋଗ ହୋଇଥିବା 20 ଲକ୍ଷ ଟଙ୍କାର ସମସ୍ତ ପ୍ରକଳ୍ପ ନଷ୍ଟ ହୋଇସାରିଛି । ଉଠାଦୋକାନୀଙ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ପୂର୍ବରୁ BMC ଓ ପୋଲିସ ପ୍ରଶାସନ ନିକଟରେ ବାରମ୍ବାର ଦାବି ଓ ଅଭିଯୋଗ ହୋଇଥିଲେ ହେଁ କୌଣସି ଫଳ ମିଳୁନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ:- ଅଭିଯୋଗ ପରେ ଶୁଣୁନି ପୋଲିସ, ମାର୍କେଟ ବନ୍ଦ କଲା ଆସୋସିଏସନ

ମାର୍କେଟ ବିଲ୍ଡିଂ ବନ୍ଦ ପରେ ସମସ୍ୟାର ସମାଧାନ ପାଇଁ BMC କାର୍ଯ୍ୟାଳୟରେ ଅତିରିକ୍ତ କମିଶନର, ପୋଲିସ ଓ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର କର୍ମକର୍ତ୍ତାଙ୍କ ସହ ଆଲୋଚନା ପାଇଁ ହୋଇଥିଲା । କିନ୍ତୁ କୌଣସି ନିଷ୍କର୍ସ ବାହାରିପାରିନି । କମିଶନରଙ୍କ ସହ କଥା ହୋଇ ଏ ପ୍ରସଙ୍ଗରେ ନିଷ୍ପତ୍ତି ଜଣାଇବ ବୋଲି BMC କହିଛି । ଅନ୍ୟପଟେ ଦାବି ପୂରଣ ନହେଲେ ଏହିପରି ମାର୍କେଟ ବିଲ୍ଡିଂକୁ ବନ୍ଦ ରଖାଯିବ ବୋଲି ଚେତାବନୀ ଦେଇଛି ସଙ୍ଘ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.