ETV Bharat / city

ଅଣ୍ଡରଗ୍ରାଉଣ୍ଡ କେବଲିଂ ସହ ଅତ୍ୟାଧୁନିକ ବ୍ୟବସ୍ଥାରେ ହେବ ବିଦ୍ୟୁତ ଯୋଗାଣ

author img

By

Published : Jun 2, 2021, 5:13 PM IST

ବାତ୍ୟା ବନ୍ୟା ଭଳି ବିପର୍ଯ୍ୟୟ ସାମ୍ନା କରିବାକୁ ପ୍ରସ୍ତୁତ ହେଉଛି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା । ଉପକୂଳବର୍ତ୍ତୀ ଅଞ୍ଚଳରେ 12 ଫୁଟ ଉଚ୍ଚରେ ରହିବ ଟ୍ରାନ୍ସଫର୍ମର ଓ କଣ୍ଟ୍ରୋଲ ପ୍ୟାନେଲ । ସୂଚନା ଦେଲେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ଅଧିକ ପଢନ୍ତୁ...

energy minister dibya shankar mishra
ଅଣ୍ଡର ଗ୍ରାଉଣ୍ଡ କେବଲିଙ୍ଗ ସହ ଅତ୍ୟାଧୁନିକ ବ୍ୟବସ୍ଥାରେ ହେବ ବିଦ୍ୟୁତ ଯୋଗାଣ: ଶକ୍ତି ମନ୍ତ୍ରୀ

ଭୁବନେଶ୍ବର: ବାତ୍ୟା ବନ୍ୟା ଭଳି ବିପର୍ଯ୍ୟୟ ସାମ୍ନା କରିବାକୁ ପ୍ରସ୍ତୁତ ହେଉଛି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା । ଉପକୂଳବର୍ତ୍ତୀ ଅଞ୍ଚଳରେ 12 ଫୁଟ ଉଚ୍ଚରେ ରହିବ ଟ୍ରାନ୍ସଫର୍ମର ଓ କଣ୍ଟ୍ରୋଲ ପ୍ୟାନେଲ । ଅଣ୍ଡର ଗ୍ରାଉଣ୍ଡ କେବଲିଙ୍ଗ ସହ ଅତ୍ୟାଧୁନିକ ବ୍ୟବସ୍ଥାରେ ହେବ ବିଦ୍ୟୁତ ଯୋଗାଣ । ବାତ୍ୟା ଅଞ୍ଚଳ ପରିଦର୍ଶନ କରି ଫେରିବା ପରେ କହିଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ବାଲେଶ୍ଵରର ଦାୟିତ୍ବ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି । ବାତ୍ୟା ପରେ ଆମ ବିଭାଗର ଅସଲ କାର୍ଯ୍ୟ ଆରମ୍ଭ ହୋଇଥିଲା । 5 ଫୁଟ ପାଣି ଭିତରେ ପଶି ଆମ କର୍ମଚାରୀ ମାନେ ଲୋକଙ୍କୁ ବିଜୁଳି ଦେବା ପାଇଁ କାର୍ଯ୍ୟ କରିଛନ୍ତି । କୋଭିଡ କାରଣରୁ ଆମେ ପଡୋଶୀ ପଶ୍ଚିମବଙ୍ଗ ଓ ଆନ୍ଧ୍ରର ସହଯୋଗ ନେଇ ନଥିଲୁ । ଆମ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁ ବହୁତ ଯୋଗାଇବାରେ ଆମେ ସକ୍ଷମ ହୋଇଛୁ । ବାତ୍ୟା ପୂର୍ବରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଠିକ ସମୟରେ ଓ ଠିକ ଜାଗାରେ କର୍ମଚାରୀ ଏବଂ ଉପକରଣ ମହଜୁଦ ରଖିଥିଲୁ । ପୁନରୁଦ୍ଧାର କାର୍ଯ୍ୟରେ ବାତ୍ୟା ଅଞ୍ଚଳବାସୀ ପୂର୍ଣ୍ଣସହାୟତା ଓ ସହଯୋଗ ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ସୂଚନାଥାଉକି ରାଜ୍ୟରେ ପ୍ରତିବର୍ଷ ବାତ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟ ଓ ଦୈବିଦୁର୍ବିପାକ ଆସି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବ୍ୟାପକ କ୍ଷୟକ୍ଷତି କରୁଛି । ଏହା ଦ୍ବାରା ବିଦ୍ୟୁତ ବିଭାଗରେ ବିପୁଳ ମାତ୍ରାରେ କ୍ଷୟକ୍ଷତି ଘଟୁଛି । ଏହାକୁ ରୋକିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଯୋଜନା କରୁଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.