ETV Bharat / city

ULB Result Impact: ଅପରାଜିତାଙ୍କୁ ସମାଲୋଚନା କଲେ ଖାରବେଳ - ଅପରାଜିତାଙ୍କୁ ସମାଲୋଚନା କଲେ ଖାରବେଳ

ପୌର ନିର୍ବାଚନ ଫଳାଫଳକୁ ନେଇ ଏବେ ରାଜ୍ୟ ବିଜେପିରେ ସୃଷ୍ଟି ହୋଇପାରେ ବଡଧରଣର କମ୍ପନ । ବିଶେଷ କରି ଭୁବନେଶ୍ବର ମହାନଗର ନିଗମ (ବିଏମସି) ରେ ବିଜେପିର ନୈରାଷ୍ୟଜନକ ପ୍ରଦର୍ଶନ ଉପରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମନ୍ତବ୍ୟକୁ ନେଇ ବିଜେପି ରାଜ୍ୟ ଉପ-ସଭାପତି ମହାମେଘ ବାହାନ ଐର ଖାରବେଳ ସ୍ବାଇଁ ମୁହଁ ଖୋଲିଛନ୍ତି । ଅଧିକ ପଢନ୍ତୁ

ଖାରବେଳ
ଖାରବେଳ
author img

By

Published : Mar 28, 2022, 10:29 PM IST

ଭୁବନେଶ୍ବର: ପୌର ନିର୍ବାଚନ ଫଳାଫଳକୁ ନେଇ ଏବେ ରାଜ୍ୟ ବିଜେପିରେ ସୃଷ୍ଟି ହୋଇପାରେ ବଡଧରଣର କମ୍ପନ । ବିଶେଷ କରି ଭୁବନେଶ୍ବର ମହାନଗର ନିଗମ(ବିଏମସି) ରେ ବିଜେପିର ନୈରାଷ୍ୟଜନକ ପ୍ରଦର୍ଶନ ଉପରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମନ୍ତବ୍ୟକୁ ନେଇ ବିଜେପି ରାଜ୍ୟ ଉପ-ସଭାପତି ମହାମେଘ ବାହାନ ଐର ଖାରବେଳ ସ୍ବାଇଁ ମୁହଁ ଖୋଲିଛନ୍ତି ।

ଅପରାଜିତାଙ୍କୁ ସମାଲୋଚନା କଲେ ଖାରବେଳ

ଖାରବେଳ ସ୍ବାଇଁ କହିଛନ୍ତି ପୌର ନିର୍ବାଚନରେ ଦଳର ପ୍ରଦର୍ଶନ ସନ୍ତୋଷ ଜନକ ନୁହେଁ । କିନ୍ତୁ ଦଳର ନେତୃତ୍ବ ଦାୟୀ କରିବା ଉଚ୍ଚିତ ନୁହେଁ । ପରୋକ୍ଷରେ ଖାରବେଳ ଅପରାଜିତାଙ୍କୁ ସମାଲୋଚନା କରି କହିଛନ୍ତି ସେ ନିଜେ ସବୁ କଲେ, ପ୍ରାର୍ଥୀ ସ୍ଥିର କଲେ, ପ୍ରଚାରରେ ଆମକୁ କେହି ଡାକିଲେ ନାହିଁ। ଦଳର ସମସ୍ତ ନେତା ଏକଜୁଟ ହୋଇ ଲଢିପାରିଲେନି। ସମସ୍ତଙ୍କୁ ସାଙ୍ଗରେ ନେବାର ଦାୟିତ୍ବ କାହାର ? ସାଂସଦ ତାଙ୍କ ଦାୟିତ୍ବ ଠିକ ଭାବେ ତୁଲାଇଛନ୍ତି କି? ସାଂସଦ କାହାକୁ ଡାକିଲେ ନାହିଁ ପ୍ରଚାର ପାଇଁ।

ସେହିପରି ଖାରବେଳେ କହିଛନ୍ତି ସୋସିଆଲ ମିଡିଆରେ ବିଭିନ୍ନ ଗ୍ରୁପ ଅଛନ୍ତି । ସୋସିଆଲ ମିଡିଆରେ କିଛି ନେତାଙ୍କ ସମର୍ଥକ ମାନେ ଅଯଥା ଅପପ୍ରଚାର କରୁଛନ୍ତି। ସେହିପରି ଭାରତ ବର୍ଷରେ ବିଜେପି ସର୍ବବୃହତ ଦଳ। ଆଗାମୀ ଦିନରେ ବିଜେପି ଭଲ କରିବ। 2024ରେ ବିଜେପି ଓଡିଶାରେ କ୍ଷମତାକୁ ଆସିବ। ମାସେ ଦୁଇ ମାସ ମଧ୍ୟରେ ଏହାର ଝଲକ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.