ଭୁବନେଶ୍ବର: ବହୁ କଳ୍ପନା ଜଳ୍ପନା ପରେ UG ଏବଂ PG ପରୀକ୍ଷା ନେଇ ନିଷ୍କର୍ସ ବାହାରିଛି । ବ୍ୟାଚଲର ଏବଂ ପୋଷ୍ଟ ଗ୍ରାଜୁଏଟ ପିଲାଙ୍କର ପରୀକ୍ଷା ହେବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଅଗଷ୍ଟ ସୁଦ୍ଧା ପରୀକ୍ଷା ସାରି ସେପ୍ଟେମ୍ବରରେ ଫଳାଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ତେବେ ଅନଲାଇନରେ ଚଳିତ ବର୍ଷ ଯୁକ୍ତ ତିନ ଶେଷ ସେମିଷ୍ଟର ଅବା ଷଷ୍ଠ ସେମିଷ୍ଟର ପରୀକ୍ଷା ଏବଂ ସ୍ନାତକର ଶେଷ ସେମିଷ୍ଟର ଅଥବା ଚତୁର୍ଥ ସେମିଷ୍ଟର ପରୀକ୍ଷା ହେବ । ଆଗାମୀ ଜୁଲାଇ, ଅଗଷ୍ଟ ମାସରେ ଅନଲାଇନ ମୋଡ଼ରେ ପରୀକ୍ଷା ହେବ। ଏନେଇ କୁଳପତି ସମ୍ମିଳନୀରେ ନିଷ୍ପତ୍ତି ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ପୂର୍ବ ପରୀକ୍ଷା ଅବା ବ୍ୟାକ ପେପର ପରୀକ୍ଷା ମଧ୍ୟ ଅନଲାଇନ ମୋଡ଼ରେ ହେବ । ଏହା କେବଳ ଯୁକ୍ତ ତିନି ଏବଂ ସ୍ନାତକ ଶେଷ ସେମିଷ୍ଟର ପାଇଁ ଉଦ୍ଧିଷ୍ଟ ।
ଘରେ ସୁବିଧା ଥିଲେ ନଚେତ ନିକଟସ୍ଥ ଡିଗ୍ରୀ କଲେଜରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିଭଳି ଯୁକ୍ତ ତିନି ପ୍ରଥମ ଏବଂ ଦ୍ଵିତୀୟ ବର୍ଷର ସେମିଷ୍ଟରଗୁଡିକ ଏବଂ ସ୍ନାତକ ପରୀକ୍ଷାର ପ୍ରଥମ ବର୍ଷର ସେମିଷ୍ଟରଗୁଡିକ ପରବର୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ