ଭୁବନେଶ୍ବର: ‘ଫନି’ ପାଇଁ ଘୁଞ୍ଚିଲା ସମସ୍ତ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା । ବାତ୍ୟା ଫନିରେ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ଜିଲ୍ଲାରେ ପରୀକ୍ଷା ସବୁକୁ ଘୁଞ୍ଚାଇ ଦିଆଯାଇଛି । ଏହା ବ୍ୟତୀତ ରାଜ୍ୟରେ ହେବାକୁ ଥିବା ବିଭିନ୍ନ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି ।
ସୂଚନା ଯେ, ରେଭେନ୍ସା ବିଶ୍ବବିଦ୍ୟାଳୟ ସହ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଆସନ୍ତା ମେ 2 ତାରିଖରୁ ହେବାକୁ ଥିବା ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ସବୁ ଆସନ୍ତା 7 ତାରିଖରେ ହେବ ବୋଲି ସ୍ଥିର କରାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ