ଭୁବନେଶ୍ବର: ରାଜଧାନୀର ଅଶୋକନଗରରେ ଥିବା ୟୁକୋ ବ୍ୟାଙ୍କର ସିନିଅର ମ୍ୟାନେଜର ଆର ରଞ୍ଜିତା ରାଓଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଛି । ଘର ଭିତରୁ ରଞ୍ଜିତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ୍ୟୁ କିପରି ଘଟିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଆତ୍ମହତ୍ୟା ହୋଇଥିବା ସନ୍ଦେହ କରୁଛି ପୋଲିସ ।
ସୂଚନା ଅନୁଯାୟୀ, ଖଣ୍ଡଗିରି ଥାନା ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ଏମ ଆଇ ଜି ୫୧ ରେ ରଞ୍ଜିତା ତାଙ୍କ ପରିବାର ସହ ଘର ଭଡା ନେଇ ରହୁଥିଲେ । ସେ ବ୍ୟାଙ୍କରେ ମ୍ୟାନେଜର ରହିଥିବାବେଳେ ଅବିବାହିତା ଥିଲେ। ବୁଧବାର ସମସ୍ତଙ୍କୁ ଖାଇବାକୁ ଦେଇ ନିଜେ ଶୋଇବାକୁ ଯାଇଥିଲେ । ହେଲେ ସକାଳୁ ସେ ତାଙ୍କ କବାଟ ଆଉ ଖୋଲିନଥିଲେ ।
ରଞ୍ଜିତାଙ୍କ ପରିବାର ଲୋକେ କବାଟ ଭାଙ୍ଗି ଦେଖିବା ମାତ୍ରେ ସେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ଏପଟେ କିନ୍ତୁ ଚାକିରୀକୁ ନେଇ ଝିଅ ବହୁତ ଖୁସି ରହିଥିବା ବେଳେ ଜାମ୍ମୁରେ ଚାକିରୀ କରିବାକୁ ଇଛା କରିଥିଲେ। ଏଥିରେ କୌଣସି ପ୍ରେମ ଜନିତ କାରଣ ନାହିଁ ବରଂ ଅନ୍ୟ କିଛି କାରଣ ରହିଥିବ ବୋଲି ରଞ୍ଜିତାଙ୍କ ପିତା କହିଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ